ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଓ ବୈକୁଣ୍ଠ ନାଥ ଆଚାର୍ଯ୍ୟଙ୍କ ଶ୍ରାଦ୍ଧ ଦିବସ ପାଳିତ

ନାଉଗାଁ, (ଓ୍ବାଇଏନ୍ଏସ୍) : ଅଲଣାହାଟ ଉଚ୍ଚ ବିଦ୍ୟାଳୟର ୭୬ତମ ପ୍ରତିଷ୍ଠା ଦିବସ ଓ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ବୈକୁଣ୍ଠ ନାଥ ଆଚାର୍ଯ୍ୟଙ୍କର ୨୯ ତମ ଶ୍ରାଦ୍ଧ ବାର୍ଷୀକ ମଙ୍ଗଳବାର ବିଦ୍ୟାଳୟ ପରିସରରେ ପାଳନ କରାଯାଇଛି । କୋଭିଡ-୧୯ ନିୟମାବଳି ପାଳନ କରାଯାଇ କେତେକ ପୂର୍ବତନ ଛାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସାମାଜିକ ଦୁରତା ରକ୍ଷା କରିବା ସହିତ ସମସ୍ତେ ମାସ୍କ ପିନ୍ଧି ବୈକୁଣ୍ଠନାଥ ଆଚାର୍ଯ୍ୟଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କମିଟିର ସହ ସମ୍ପାଦକ ନବକିଶୋର ମହାନ୍ତି, ଉପସଭାପତି ରାଜେନ୍ଦ୍ର ପ୍ରସାଦ ମହାନ୍ତି,ସଚ୍ଚଦାନନ୍ଦ ପରିଡା, ପ୍ରମୋଦ କୁମାର ମହାନ୍ତି, ଉଲ୍ଲାସ ଚନ୍ଦ୍ର ରାୟ, ଅନୁପ କୁମାର ବିଶୋଇ, ପ୍ରକାଶ ସ୍ୱାମୀ,ତ୍ରିବିକ୍ରମ ମହାନ୍ତି,ଡକ୍ଟର ରାଖାଲ ରାୟ,ବଂଶୀଧର ଆଚାର୍ଯ୍ୟ ଆଦି ଯେଗା ଦେଇଥିଲେ । ପରେ ପୂର୍ବତନ ମନ୍ତ୍ରୀ,ଜଗତସିଂହପୁର ପୂର୍ବତନ ବିଧାୟକ ତଥା ବର୍ତମାନ ତିର୍ତୋଲ ବିଷ୍ଣୁ ଦାସଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ