ଏସ.ୟୁ.ସି.ଆଇ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ନାଉଗାଁ, (ଓ୍ବାଇଏନ୍ଏସ୍) : ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ) ନାଉଗାଁ ଶାଖା ପକ୍ଷରୁ ୮ଦଫା ଦାବି ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ରକୁ ସଙ୍ଗଠନ ପକ୍ଷରୁ ସୁବାସ ସ୍ୱାଇଁ ପ୍ରଦାନ କରିଛନ୍ତି । ଦାବି ଗୁଡିକ ମଧ୍ୟରେ ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି ବନ୍ଦ କରାଯାଉ, ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ ବୃଦ୍ଧି ରୋକିବା, ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ ୧୦ ହଜାର ଟଙ୍କା ସହ ୧୦ କିଗ୍ରା ଚାଉଳ ପ୍ରଦାନ, ପ୍ରବାସୀ ଶ୍ରମିକଙ୍କ ସମେତ ଅନ୍ୟାନ୍ୟ ଗରିବ ଲୋକଙ୍କୁ ଉପଯୁକ୍ତ ମଜୁରୀରେ କାମ ଯୋଗାଇବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅବ୍ୟବସ୍ଥା ଦୁର କରି ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇବା, କୃଷି ଋଣ ଛାଡ ସହ କୃଷି ଋଣ ପ୍ରଦାନ, ସାର ,ବିହନ ,କୀଟ ନାଶକ ତୁରନ୍ତ ଯୋଗାଣ, ନିର୍ମାଣ ଶ୍ରମିକଙ୍କ ନିମନ୍ତେ ଉର୍ଦ୍ଦିଷ୍ଟ ସାହାଯ୍ୟ ରାଶି ୧ ହଜାର ୫ ଶହ ଟଙ୍କା ତୁରନ୍ତ ପ୍ରଦାନ ଆଦି ଦାବି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ