ନାଉଗାଁ କୃଷି କାର୍ଯ୍ୟାଳୟର ଆତ୍ମା କମିଟିର ଅଧ୍ୟକ୍ଷ ହେଲେ ବସନ୍ତ ପାଢୀ

ନାଉଗାଁ, (ଓ୍ବାଇଏନ୍ଏସ୍) : ବ୍ଳକ କୃଷି କାର୍ଯ୍ୟାଳୟରେ ବୁଧବାର ଆତ୍ମ କମିଟିର ଅଧ୍ୟକ୍ଷ ଚୟନ କରାଯାଇଛି । ଅଧ୍ୟକ୍ଷ ଭାବେ ବସନ୍ତ ପାଢୀଙ୍କୁ ଅଧ୍ୟକ୍ଷ ରୂପେ ଚୟନ କରାଯାଇଛି । ଏହି ଚୟନ ପ୍ରକ୍ରିୟାରେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କ ଅଧ୍ୟକ୍ଷତାରେ କୃଷି ବିଭାଗର ଉପ ପ୍ରକଳ୍ପ ନିର୍ଦ୍ଦେଶକ ନିରଂଜନ ମହାନ୍ତି, ବ୍ଳକ ସହ କୃଷି ଅଧିକାରୀ ନିର୍ମାଲ୍ୟ ନାୟକଙ୍କ ସମେତ କୃଷି ଓ ଆନୁଷଙ୍ଗିକ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ିଥିଲେ । ସରକାରଙ୍କ କୋଭିଡ-୧୯ ନିୟମକୁ ମାନି ଏହି ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା । ନିୟମ କୋହଳ ହେବା ପରେ ପଂଚାୟତ ସମିତି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଚୟନ ପ୍ରକ୍ରିୟା କରାଯାଇଥିଲା । ଦୀର୍ଘ ୪ ବର୍ଷ ହେବ ଆତ୍ମା କମିଟିର ଅଧ୍ୟକ୍ଷ ପଦଟି ଖାଲି ରହିଥିଲା । ଅଧ୍ୟକ୍ଷ ଭାବେ ଜଗନ୍ନାଥ ଦାସଙ୍କ କାର୍ଯ୍ୟକାଳ ପୁରିବା ପରେ ଏହି ପଦଟି ଖାଲି ରହିଥିଲା । କମିଟିର ଅଧ୍ୟକ୍ଷ ନଥିବାରୁ ବ୍ଳକରେ ଆତ୍ମ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ହୋଇ ପାରୁ ନଥିଲା । ଯାହାଫଳରେ ଚାଷୀମାନେ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ଆତ୍ମା କମିଟି ଗଠନ କରିବା ପାଇଁ ଗତ ପଂଚାୟତ ସମିତି ବୈଠକରେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ସହ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କମିଟିର ଅଧ୍ୟକ୍ଷ ପଦ ପୁରଣ ପରେ ଚାଷୀମାନଙ୍କର ଚାଷ ସମ୍ବନ୍ଧୀୟ ଅନେକ ସମସ୍ୟା ସମାଧାନ ହୋଇ ପାରିବ ବୋଲି ଚାଷୀ ମାନେ ମତବ୍ୟକ୍ତ କରିଛନ୍ତି । ସେହିପରି କମିଟିରେ ଚାଷୀମାନଙ୍କ ପାଇଁ ରହିଥିବା ସମସ୍ତ ସୁବିଧା ସୁଯୋଗକୁ ଚାଷୀମାନଙ୍କ ପାଖରେ ପହଂଚାଇ ସୁଚାରୁ ରୂପେ କାର୍ଯ୍ୟ କରିବେ ବୋଲି ଚୟନ ହୋଇଥିବା ଅଧ୍ୟକ୍ଷ ପାଢୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ