ଅପରେସନ୍ ପରୀ – ୩ : ୧୦ ଶିଶୁ ଶ୍ରମିକ ଉଦ୍ଧାର

ହିଂଜିଳିକାଟୁ, (ଶେଷଦେବ ସାହୁ): ଛୋଟ ଛୋଟ ଶିଶୁ ମାନେ କପରି ସୁରକ୍ଷିତ ରହିପାରିବେ ଏବଂ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ଛୋଟ ବଡ଼ ଶିଳ୍ପାନୁଷ୍ଠାନ ଗୁଡ଼ିକରେ ବିପଦପୁର୍ଣ୍ଣ କାର୍ଯ୍ୟରେ ଶିଶୁ ଶ୍ରମିକ ଭାବେ ନିୟୋଜିତ ଥିବା ଶିଶୁ ମାନଙ୍କୁ କିପରି ମୁକ୍ତ କରାଯାଇ ଠିକ୍ ସ୍ଥାନରେ ପଂହଚାଇବା ସହ ସେମାନଙ୍କୁ କିପରି ଉତମ ଶିକ୍ଷା ଦେଇ ଏକ ସାଧାରଣ ଜୀବନଯାପନ ଯୋଗାଇ ଦିଆଯିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅପରସେନ୍ ପରୀ କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପୋଲିସ ପ୍ରଶାସନ ସହ ଶିଶୁ ସୁରକ୍ଷା ସଂସ୍ଥା ମିଳିତ ଭାବେ ପରିଚାଳନା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଜୁଲାଇ ୩୦ ତାରିଖ ଠାରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଅପରେସନ୍ ପରୀ – ୩ କାର୍ଯ୍ୟକ୍ରମ ଚାଲୁ ରହିଛି । ଗୁରୁବାର ହିଂଜିଳି ପୋଲିସ ପ୍ରଶାସନ ପକ୍ଷରୁ ହିଂଜିଳିକାଟୁ ପୌରାଂଚଳର ବିଭିନ୍ନ ବ୍ୟବସାୟକ ପ୍ରତିଷ୍ଠାନ ଯଥା ମୋଟର ଗ୍ୟାରେଜ୍, ଗ୍ରୋସେରୀ ଦୋକାନ, ପାନ ଦୋକାନ, ଡ଼୍ରେସ ଦୋକାନ, ବିଦ୍ୟୁତ୍ ସରଂଜାମ ଓ ରିପେରିଂ ଦୋକାନ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଚଢାଉ କରାଯାଇ କାର୍ଯ୍ୟରେ ନିୟୋଜିତ ଥିବା ୧୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ଶିଶୁ ଶ୍ରମିକ ମାନଙ୍କୁ ସେମାନଙ୍କ ଅଭିଭାବକ ମାନଙ୍କୁ ଶିଶୁ ମାନଙ୍କ ବୟସ ୧୮ ବର୍ଷ ନହେବା ପର୍ଯ୍ୟନ୍ତ କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ନକରିବା ସହ ଶିଶୁ ଶ୍ରମିକ ଭାବେ ନିୟୋଜିତ ନକରିବା ପାଇଁ ପରାମର୍ଶ ଦେଇ ବ୍ୟକ୍ତିଗତ ଜିମାରେ ଛାଡ଼ି ଦିଆଯାଇଥିଲା । ଭବିଷତ୍ୟରେ ଶିଶୁ ଶ୍ରମିକ ମାନେ କାର୍ଯ୍ୟ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ ଜାରି ରହିବ ବୋଲି ଥାନା ଭାରପ୍ରାପ୍ତ ଅଧିକାର ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ