ପାଠାଗାର ଗୁଡିକ ପାଇଁ ପୁସ୍ତକ ଦାନ ପାଇଁ ଜିଲ୍ଳ୍ାପାଳଙ୍କ ନିବେଦନ
ଯାଜପୁର, (ଯୁଗାବ୍ଦ ନ୍ୟୁଜ୍): ଦେବାରେ ଆନନ୍ଦକୁ ଅନୁଭବ କରୁଥିବା ବ୍ୟକ୍ତି ହିଁ ଆତ୍ମ ସନ୍ତୋଷ ପାଇଥାଏ । ସେ ଦେବା ହୁଏତ ଅର୍ଥ, ସମୟ, ସହାୟତା, ପୁସ୍ତକ, ବସ୍ତ୍ର ଇତ୍ୟାଦି ହୋଇପାରେ । ତେବେ ପୁସ୍ତକ ଦାନ ହିଁ ଜ୍ଞାନ ଦାନ ହୋଇଥାଏ । ଅନ୍ୟ ଦାନ ହୁଏତ ତା ଠାରୁ କିଏ ନେଇଯାଇପାରେ ହେଲେ ଜ୍ଞାନଟି ସଂପୃକ୍ତ ପାଠକର ସଂପୂର୍ଣ୍ଣ ନିଜସ୍ୱ ହୋଇ ରହିଥାଏ । ଏଥିପାଇଁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ପୂର୍ବରୁ ବୁଦ୍ଧିଜିବୀ ଓ ସାହିତ୍ୟିକ ମାନଙ୍କୁ ପୁସ୍ତକ ଦାନ ପାଇଁ ଅନୁରୋଧ କରିଥିଲେ । ପୁସ୍ତକଟିଏ ଜ୍ଞାନର ଆଲୋକ ବିକିରଣ କରିଥାଏ । ବନ୍ଧୁ ଭଳି ପୁସ୍ତକଟି ଅନେକ ସହାୟତା ଦେଇଥାଏ । ସାହିତ୍ୟିକ ଓ ବୁଦ୍ଧିଜିବୀ ମାନଙ୍କ ନିକଟରେ ଅନେକ ପ୍ରକାରର ଉଦ୍ବୃତ୍ତ ବା ବଳକା ପୁସ୍ତକ ରହିଥାଏ, ସେମାନେ ସେଗୁଡିକୁ ପାଠାଗାର ମାନଙ୍କୁ ପ୍ରଦାନ କଲେ ପାଠକ ମାନେ ହିଁ ଉପକୃତ ହୋଇଥାନ୍ତି । ଜିଲ୍ଳ୍ାପାଳଙ୍କ ଆହ୍ୱାନ ଅନୁସାରେ ଗୁରୁବାର ସଂଧ୍ୟାରେ ସାହିତ୍ୟିକ ବିରଜା ବଳ ଜିଲ୍ଳ୍ାପାଳଙ୍କ ଆବାସିକ କାର୍ୟ୍ୟାଳୟ ଠାରେ ଜିଲ୍ଳ୍ାପାଳ ଶ୍ରୀ ଦାସଙ୍କୁ ୪୦ ଖଣ୍ଡ ବିଭିନ୍ନ ପ୍ରକାରର ପୁସ୍ତକ ପ୍ରଦାନ କରିଥିଲେ । ଏହି ପୁସ୍ତକ ଗୁଡିକୁ ସଂଗ୍ରହ କରାଯାଇ ପ୍ରଥମ ପର୍ୟ୍ୟାୟରେ ବିଭିନ୍ନ ଆଦର୍ଶ ବିଦ୍ୟାଳୟକୁ ପ୍ରଦାନ କରାଯିବ ବୋଲି ଜିଲ୍ଳ୍ାପାଳ ସୂଚନା ଦେଇଥିଲେ । ଏହି ପୁସ୍ତକ ପ୍ରଦାନ ସମୟରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ବ୍ୟାସନଗର ପୈାର ପରିଷଦ ନିର୍ବାହୀ ଅଧିକାରୀ ସପନ କୁମାର ନନ୍ଦ, ସ୍ତମ୍ଭକାର, ସାମ୍ୱାଦିକ ଓମ୍ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ମାଧ୍ୟମରେ ସାହିତ୍ୟିକ ରାମଚନ୍ଦ୍ର ଦାଶ ଓ ଡକ୍ଟର ବାସୁଦେବ ମିଶ୍ର ମଧ୍ୟ ୧୬ ଗୋଟି ପୁସ୍ତକ ପାଠାଗାର ପାଇଁ ପ୍ରଦାନ କରିଚ୍ଥନ୍ତି । ଅନୁରୂପ ଭାବେ ଅନ୍ୟ ସାହିତ୍ୟିକ, ବୁଦ୍ଧିଜିବୀ ବା ବ୍ୟକ୍ତି ବିଶେଷ ପୁସ୍ତକ ପ୍ରଦାନ ପାଇଁ ଜିଲ୍ଳ୍ାପାଳ ଅନୁରୋଧ କରିଚ୍ଥନ୍ତି ।