କାକଟଲକ ପାଖ କେବିନ ଭିତରେ ଯୁବକଙ୍କ ଆତ୍ମହତ୍ୟା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପୈାରାଚଂଳ ଅନ୍ତର୍ଗତ କାକଟଲକ ନିକଟସ୍ତ ଏକ କେବିନ ଭିତରେ ଜଣେ ଯୁବକଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଛି । ଶନିବାର ଅପରାହ୍ନରେ ସେହି କେବିନ ଭିତରୁ ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଟାଉନ ଥାନାର ପୋଲିସ ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଁଚିଥିଲେ । ଶବଟିକୁ ଜବତକରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଟାଉନ ଥାନାରେ ଏକ ଅପମୃତ୍ୟୁମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଯାରିରହିଛି । ମୃତକ ଯୁବକ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ଚାଟରାପାଟଣା ଗ୍ରାମର ରାଧେଶ୍ୟାମ ସ୍ୱାଇଁ(୪୪) ।


