କେନାଲକୁ ପ୍ରଦୂଷଣରୁ ରକ୍ଷା କରିବାକୁ ବିଧାୟକଙ୍କ ନିକଟରେ ଦାବି

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସହର ମଧ୍ୟ ଦେଇ ଯାଇଥିବା ତଥା କେନ୍ଦ୍ରାପଡାର ଐତିହାସିକ ସ୍ଥିତିକୁ ମୁକସାକ୍ଷୀପରି ଆଯିବି ଧରି ରଖିଥିବା କେନ୍ଦ୍ରାପଡା କେନାଲଟି ଏଭଳି ସ୍ଥିତିକୁ ଆସିଯାଇଛି ଯେ କେବଳ ରୋଗ ସୃଷ୍ଟିକାରୀ ତଥା ଆବର୍ଜ୍ଜନାପୂର୍ଣ୍ଣ ହୋଇ ଜନସାଧାରଣଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । ଅଳିଆ ଓ ଆବର୍ଜ୍ଜନାରେ ପରିପୂର୍ଣ୍ଣ ହୋଇପଡିଥିବା ଏହି କେନାଲର କାକଟଲକ ଠାରୁ ସାନ୍ତସାହି ପୋଲ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କେକେକ ଲୋକ ସେମାନଙ୍କ ପାଇଖିନାରୁ କେନାଲ ଭିତରକୁ ଡ୍ରେନ ଛାଡିଥିବାର ଦେଖାଯାଇଛି । ଏହାଦ୍ୱାରା ସମ୍ପୂର୍ଣ୍ଣ କେନାଲଟି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିବା ସହିତ ମଶାଙ୍କ ବଂଶବୃଦ୍ଧି ହୋଇ ଆଗାମୀ ଦିନରେ ମହାମାରି ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଏଭଳି ପରିସ୍ଥିତିରେ କେନାଲଟି ନିୟମିତ ଭାବରେ ସଫା ହୋଇନପାରିବାରୁ ବିଭିନ୍ନ ସମୟରେ ନାନାଦି ରୋଗ ସହିତ ଚର୍ମ ରୋଗ ମଧ୍ୟ ସହରବାସୀଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଲାଣି । ଏଭଳି ପରିସ୍ଥିତିରେ ସହରର ଜନସାଧାରଣଙ୍କ ପକ୍ଷରୁ କେନ୍ଦ୍ରାପଡା ବିଧାୟକଙ୍କ ନିକଟରେ ଏହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଦାବି କରାଯିବା ସହ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସହରବାସୀଙ୍କ ପକ୍ଷରୁ ଦୟାନିଧି ମର୍ଦ୍ଦରାଜ,ସୁଦାମ ସାହୁ,ଜ୍ଞାନରଞ୍ଜନ ଦାସ,ଯୁବ ବିଜେଡି ଜିଲ୍ଲା କାର୍ଯ୍ୟାକାରି ସଭାପତି ସରୋଜକାନ୍ତ ସାହୁ,ସୁରେଶ କୁମାର ସାହୁ,ରମଜାନ ଅଲ୍ଲୀ,ଲିୟାକତ ଅଲ୍ଲୀ,ଉମେଶ ବେହେରା,ଉମାକାନ୍ତ ରାଉତ,ମହେଶ୍ୱର ବାରିକ,ଦୟାନିଧି ସାହୁ,ଶୁସାନ୍ତ କୁମାର ବଳ,ସୟଦ ଅବଜଲ ଖାନ,ପ୍ରମୋଦ ସାହୁ ପ୍ରମୁଖ ସହରରର ପ୍ରମୁଖ ସମସ୍ୟାର ସମାଧାନ ନିମନ୍ତେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ