ଛତ୍ରପୁର ଓକିଲ ସଂଘର ପ୍ରତିନିଧି ଦଳ ଉପଖଣ୍ଡ ଚିକିତ୍ସାଳୟ ଅଚାନକ ପରିଦର୍ଶନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡୀଙ୍କ ନେତୃତ୍ୱରେ ସଂଘର ସଦସ୍ୟ ରାମଚନ୍ଦ୍ର ବେହେରା, କେ.କମଳ ଲୋଚନ ଦାସ, ଶଶି ପଟ୍ଟନାୟକ, ଟି . ମୋହନ ରାଓ ଓ ସୁରେଶ ପଟ୍ଟନାୟକ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଚାନକ ଗସ୍ତକରି, ଜନସ୍ୱାସ୍ଥ୍ୟ ବିପର୍ଯ୍ୟସ୍ଥ ଅନୁମେୟ କରି ସମସ୍ତ ଅବ୍ୟବସ୍ଥାର ତଦନ୍ତ କରି ଉପଲବ୍ଧ କଲେକି କେବଳ ଦୁଇଜଣ ଡାକ୍ତର ସୁଦର୍ଶନ ସାହୁ ଓ ସୁମନ୍ତ ସାମନ୍ତରାୟ କାର୍ଯ୍ୟରତ ଥିଲେ । ବହୁ ରୋଗୀ ଲମ୍ବା ଲାଇନରେ ଛିଡା ହୋଇ ଚିକିତ୍ସା ନିମନ୍ତେ ହନ୍ତସନ୍ତ ହେଉଥିଲେ । ଏହି ବିଷୟ ହୃଦଙ୍ଗମ କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ବିପର୍ଯ୍ୟସ୍ଥ ସେବାକୁ ଜନ ଉପଯୋଗ କାରଇବା ନିମନ୍ତେ ଏହି ପ୍ରତିନିଧୀ ଦଳ ଛତ୍ରପୁର ଉପଜିଲ୍ଲାପାଳ ଭେଟି ଏହାର ଆଶୁ ସମାଧାନ ନିମନ୍ତେ ଯଥା କାର୍ଯ୍ୟନୁଷ୍ଠାନ ନେବା ନିମନ୍ତେ ଦାବୀ ଜଣାଇଥିଲେ । ଯଦି ଚିକିତ୍ସା କ୍ଷେତ୍ରରେ ସୁଧାର ନଆସେ ଆଗାମୀ ଦିନରେ ସାମୁହିକ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଂଘର ସଭାପତି ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି । ଏହି ଚିକିତ୍ସାଳୟ କୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସମେତ ଆଖପାଖ ନିର୍ବାଚନ ମଣ୍ଡଳୀର ଜନସାଧାରଣ ନିର୍ଭର କରୁଛନ୍ତି । କିନ୍ତୁ ଏହି ଚିକିତ୍ସାଳୟ ରେଫର ଚିକିତ୍ସାଳୟ ଭାବେ ପରିଗଣିତ ହେଉଛି । ଜାତୀୟ ରାଜପଥରେ ଯେ କୈାଣସି ଛୋଟ ବଡ ଦୁର୍ଘଟଣା ଘଟିଲେ ଏହି ଚିକିତ୍ସାଳୟ ଉପରେ ନିର୍ଭର କରାଯାଏ ମାତ୍ର ଏଠାରେ ନାମକୁ ମାତ୍ର ବେଡିସ ବାନ୍ଧି ବ୍ରହ୍ମପୁର ପଠାଦିଆଯିବାର ବହୁ ବାର ଅଭିଯୋଗ ହୋଇଛି । ଏଠାରେ ଆବଶ୍ୟକ ଅନୁଯାୟୀ ଡାକ୍ତର ଓ କର୍ମଚାରୀ ନାହନ୍ତି । ମୁଖ୍ୟ ମନ୍ତ୍ରୀଙ୍କ ଜିଲ୍ଲା ଗଂଜାମ ଜିଲ୍ଲାର ସଦରମହକୁମା ରେ ଏପରି ସ୍ୱାସ୍ଥ୍ୟ ବିପର୍ଯ୍ୟୟ ବାରମ୍ବାର ଘଟି ଆଦସୁଥିଲେ ସୁଦ୍ଧା ଏହା ପ୍ରତିନିଧି ଜିଲ୍ଲାପ୍ରଶାସନର ଦୃଷ୍ଟି ପଡୁନି । ସ୍ଥାନୀୟ ଜନପ୍ରତିନିଧୀ ଏବଂ ଛତ୍ରପୁର ଜନସାଧାରଣ ଏବଂ ଗଣମାଧ୍ୟମର ପ୍ରତିନିଧୀ ମାନେ ବାରମ୍ବାରା ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କୁ ଭେଟି ଏହାର ସୁଧାର ଆଣିବାକୁ ଦାବୀ କରୁଥିଲେ ସୁଦ୍ଧା ଏହା ପାଣିରେ ଗାର ସଦୃଶ୍ୟ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର କେତକ ଚିକିତ୍ସାଳୟରେ ଡାକ୍ତର ପଦବୀ ପୂରଣ କରିବା ନିମନ୍ତେ ରହିଥିବା ବିଭାଗୀୟ ଚିଠି ମାଧ୍ୟମ ଜଣାପଡିଥିବା ବେଳେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ନିମନ୍ତେ ଶୂନ ରହିଛି ।


