ପିସିସି ସଭାପତିଙ୍କ ବନ୍ତ ବ୍ଲକ ଗ୍ରସ୍ତ
ବନ୍ତ ,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ ଆଜି ବନ୍ତ ବ୍ଲକରେ ଗ୍ରସ୍ତରେ ଆସିଥିଲେ । ଅପରାହ୍ନରେ ରାମପୁର ପଞ୍ଚାୟତ କଂଗ୍ରେସ ସଭାପତି ପୁରୁଷୋତ୍ତମ ସୁତାରଙ୍କ ପିତା ତଥା ଅଳଉତି ଗ୍ରାମର ସ୍ୱର୍ଗତ ଗଣେଶ ସୁତାରଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ନିଳୋକ ପଞ୍ଚାୟତ ସାହାଡାପଲ୍ଲୀ ଗ୍ରାମର ଅନୁଷ୍ଠାନପ୍ରେମୀ ସ୍ୱର୍ଗତ ନୃସିଂହ ଚରଣ ପଣ୍ଡାଙ୍କ ୯ମ କ୍ରିୟାରେ ଯୋଗ ଦେବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଉଭୟ ଗ୍ରସ୍ତ ସମୟରେ ବିଧାନସଭା କଂଗ୍ରେସ ନେତା ତଥା ପିସିସି ସଭ୍ୟ ସୁବ୍ରତ ଦାସ, ପଦ୍ମକର ଗୁରୁ, ବ୍ଲକ ସଭାପତି ରାଜ କିଶୋର ସ୍ୱାଇଁ, ଜୋନ୍ ସଭାପତି ନିରଂଜନ ମଲ୍ଲିକ, ଭବେନ୍ଦ୍ର ସାହୁ, ମାଳିରାମ ବେହୁରା, ରାଜୁ ପଣ୍ଡା, ପ୍ରଦ୍ୟୁମ୍ନ ଦାସ, ବିରେନ୍ଦ୍ର ସାମଲ, ଲକ୍ଷ୍ମୀଧର ସାହୁ, ରାଜୁ ଭୂୟାଁ, ଅମୂଲ୍ୟ ବେହୁରିଆ, ମଣିଭଦ୍ର ବିଶ୍ୱାଳ, ରଘୁନାଥ ନାୟକ, ପ୍ରଭାସ ଚନ୍ଦ୍ର ଦାସ, ଉମାକାନ୍ତ ନାୟକ, ଖଗେଶ୍ୱର ଧଳ ପ୍ରମୁଖ ଉପସ୍ଥିତ ଥିଲେ ।