ସମ୍ବିତ ଧଳଙ୍କ ଦେହାନ୍ତରେ ଶୋକର ଛାୟା,ପ୍ରଶାସନିକ ଅବହେଳାକୁ ଦାୟୀକଲେ ଅଂଚଳବାସୀ ଓ ପରିବାର ଲୋକେ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବିଶୋଇ ବ୍ଲକର ଏନ ବି ପୋଖରିଆ ପଞ୍ଚାୟତର ଜିଆରଏସ ସମ୍ବିତ ଧଳ ଜୁଲାଇ ୧୧ ତାରିଖ ଦିନ ଅସୁସ୍ଥ ହୋଇଥିଲେ ।ଏହି ଘଟଣାକି ବଗଶୋଇ ବିଡିଓ ଏମଡି ଫିରୋଜ ଖାଁକୁ ଜଣାଇଥିଲେ ।୧୪ ତାରିଖ ଦିନ ମଣଦ ଡାକ୍ତରଖାନାକୁ ଯାଇଥିଲେ ପରେ ପରିସ୍ଥିତି ଖରାପ ହେବାରୁ ବାରିପଦା ପିଆରଏମ ଡାକ୍ତରଖାନାକୁ ଯାଇଥିଲେ ।ସେଠାରେ ତାଙ୍କର ସ୍ୱାସ୍ଥ୍ୟ ର କିଛି ଉନ୍ନତି ନ ହେବାରୁ ପରିବାର ଲୋକେ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ୧୬ ତାରିଖ ଦିନ ଭର୍ତି କରାଇଥିଲେ ।କିନ୍ତୁ ସେଠାରେ ମଧ୍ୟ୍ୟ ଚିକିତ୍ସିତ ଅବସ୍ଥାରେ ଶନିବାର ସକାଳେ ମୃତ୍ୟୁ ହୋଇଥିଲା ।ସରକାରୀ କର୍ମଚାରୀ ହିସାବରେ ପ୍ରଶାସନ ସମ୍ବିତଙ୍କ ସ୍ୱାସ୍ଥ୍ୟ ଉପରେ ଅଣଦେଖା କରିଥିବାରୁ ଗ୍ରାମବାସୀ ଓ ପରିବାର ଲୋକେ ଅଭିଯୋଗ କରିଥିଲେ ।ମୃତକ ଶନିବାର ଦିନ କଟକରୁ ଆମ୍ବୁଲାନ୍ସରେ ଶବ ଆସିଲା ପରେ ବିଡିଓ ସମ୍ବିତଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଅଣଦେଖା କରିଥିବାରୁ ଏବଂ ପ୍ରଶାସନର ଶବକୁ ପୋତିବା ନେଇ ଗ୍ରାମବାସୀ ଶବକୁ ବ୍ଳକ ସମ୍ମୁଖରେ ଦିର୍ଘ୪ଘଣ୍ଟା ଧରି ରାସ୍ତାରୋକ କରିଥିଲେ ।ପରେ ଏସଡିପିଓ ସ୍ନେହାଶୀଷ ସାହଙ, ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ବୁଝାବୁଝି କଲାପରେ ଲୋକେ ରାସ୍ତାରୋକରୁ ହଟିଥିଲେ ।ସମ୍ବିତ ଜଣେ ମିଷ୍ଟଭାଷୀ,ମେଳାପି ଓ ପରୋପକାରୀ ବ୍ୟକ୍ତି ଥିଲେ ।ତାଙ୍କର ମୃତ୍ୟୁରେ ତାଙ୍କ ଘର ଲୁହାକାନୀ ପଞ୍ଚାୟତର ଜାମିରଡିହା ଗ୍ରାମ ସମେତ ବିଶୋଇ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା ।ସମ୍ବିତ ୧୫ବର୍ଷ ହେଲା ଜିଆରଏସ ପଦବୀରେ ଦାୟିତ୍ବ ତୁଲାଇ ଆସିଥିଲେ ।ତାଙ୍କର ଚାକିରୀ ସ୍ଥାୟିତ୍ବ ନିର୍ଦେଶନାମା ଆସି ପହଞ୍ଚି ଯାଇଛି ।ଅସୁସ୍ଥତା ଯୋଗୁଁ ସେ ସ୍ଥାୟୀ ଚାକିରୀରେ ଯୋଗ ଦେବା ପୂର୍ବରୁ ତାଙ୍କର ଜୀବନ ପ୍ରଦୀପ ଲିଭି ଯାଇଥିଲା ।ଦଇବ ସହିଲା ନାହିଁ ।କରୋନା ଯୋଦ୍ଧା ଭଳି ତାଙ୍କ ପରିବାର ବର୍ଗଙ୍କୁ ସରକାରୀ ପ୍ରହୋତ୍ସନ ସହାୟତା ରାଶି ମିଳିବା ପାଇଁ ସାଧାରଣରେ ଦାବି ହେଉଛି ।