ଗଞ୍ଜାମ ଏନଏସି ପାଞ୍ଚ ନମ୍ବର ୱାର୍ଡ ରେ କୋଭିଡ଼ି ପରିଚାଳନା ଓ ସଚେତନତା ବୈଠକ
ଗଞ୍ଜାମ, (ଓ୍ବାଇଏନ୍ଏସ୍): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନମ୍ବର ପାଞ୍ଚରେ ବଡ଼ବଜାର ହରିଜନ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ କୋଭିଡ଼ି ପରିଚାଳନା ଓ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ଗଞ୍ଜାମ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାଶ ଯୋଗଦେଇ କରୋନା କୁ ହଟାଇବା କୁ ହେଲ ନିଜେ ପ୍ରଥମେ ସଚେତନ ହେବାକୁ ପଡିବ । ମାସ୍କ ପିନ୍ଧିବା, ହାତ ଧୋଇବା, ସମଦୂରତା ରକ୍ଷା କରିବା, ଆବଶ୍ୟକ ନ ହେଲେ ବାହାରକୁ ନ ବାହାରିବା, ବନ୍ଧରେ ନ ଗାଧେଇବାକୁ ବୁଝାଇଥିଲେ । କାହାର କରୋନା ଲକ୍ଷଣ ଦେଖାଗଲେ ଓ ବାହାର ଲୋକ ଆସିଲେ ଅଙ୍ଗନବାଡ଼ି ଦିଦି ଓ ୱାର୍ଡ ଅଫିସର ଙ୍କୁ ଖବର ଦେବାକୁ କହିଥିଲେ । ଏଥିରେ ସିଆରଆରସି ମହେଶ୍ବର ବେହେରା, ଅଙ୍ଗନବାଡ଼ି ଦିଦି ବବିତା ପଣ୍ଡା, ମମତା ବେହେରା,ୱାର୍ଡ ଅଫିସର ବାସୁଦେବ ସୁବୁଦ୍ଧି, ଆନନ୍ଦ ବାରିକ, ସ୍ୱଚ୍ଛସାଥି ଉର୍ମିଳା ମାହାନ୍ତି, କୋଭିଡ଼ି ମନିଟର ତପନ ପଣ୍ଡା, ସ୍ୱୟଂ ସହାୟିକା ଗୋଷ୍ଟି ର ଶ୍ରୀମତୀ ନାୟକ, ଝୁନୁ ନାୟକ, ରଶ୍ମିତା ନାୟକ,ତନେୟା ନାୟକ ,ଏ. ଶଶୀ ରେଖା, ମାମିନି ନାୟକ, ବସନ୍ତି ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ ।


