ବାଇକ ଦୁର୍ଘଟଣା, ଜଣେ ଗୁରୁତର, ଜଣେ ଆହତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ର  ଡୁଲୁରିପାଇନ ଜଙ୍ଗଲ ପାଖରେ ଥିବା କଲଭର୍ଟ ନିକଟରେ ଏକ ବାଇକ ଦୁର୍ଘଟଣାରେ ୨ଜଣ ଆହତ ହୋଇଛନ୍ତି। ତନ୍ମଧ୍ୟରୁ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ଆହତ ଜଣକ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ ବାଲିଗଣ୍ଡା ଗ୍ରାମର ହେମନ୍ତ ପାଟମାଝୀ। ମିଳିଥିବା ରିପୋର୍ଟ ମୁତାବକ, ହେମନ୍ତଙ୍କ ପୁତୁରା ସୁନାମ ପାଟମାଝୀ ବାହାର ରାଜ୍ୟରୁ ଆସି ଦାରିଙ୍ଗବାଡ଼ିର ଏକ କ୍ଵାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ସୁନାମଙ୍କ କ୍ଵାରେଣ୍ଟାଇନ ଅବଧି ସରିବା ଯୋଗୁ ଦାଦା ହେମନ୍ତ ତାଙ୍କୁ ଘରକୁ ନେବା ପାଇଁ ଦାରିଇଙ୍ଗବାଡ଼ି ଆସିଥିଲେ । ତେବେ ପୁତୁରାକୁ ଧରି ଫେରୁୁଥିବା ସମୟରେ ଡୁଲୁରି କଲଭର୍ଟ ବୁଲାଣିଠାରେ ଭାରସାମ୍ୟ ହରାଇ ତାଙ୍କ ବାଇକଟି ଏକ ଗଛରେ ପିଟି ହୋଇଥିଲା । ଫଳରେ ହେମନ୍ତ ଗୁରୁତର ଆହତ ହୋଇଥିବାବେଳେ ସୁନାମ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ହେମନ୍ତଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।ସୂଚନା ଯୋଗ୍ୟ, ସେହି ବୁଲାଣିରେ ଗତ ୨୧ ତାରିଖରେ ମଧ୍ୟ ଅନୁରୂପ ଭାବେ ଏକ ବାଇକ ଦୁର୍ଘଟଣା ଘଟି ଉଦୟଗିରିର ମନମୋହନ ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଉଦୟଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ ୨୨ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଉକ୍ତ ବୁଲାଣିରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବାରୁ ପ୍ରଶାସନ ତରଫରୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ