ଶ୍ରାବଣ ଶେଷ ସୋମବାର : ବୋଲବମ୍ ଯାତ୍ରା ଉଦଯାପିତ

ହିଂଜିଳିକାଟୁ, (ଶେଷଦେବ ସାହୁ) :  ଧାରା ଶ୍ରାବଣରେ ଧାର୍ମିକ ପଦଯାତ୍ରା ସକାଶେ କାଉଡ଼ିଆ ମାନେ ନିଜର ମାନସିକ ପୁରଣ କରିବା ଲାଗି ବୋଲବମ ଯାତ୍ରା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରାବଣ ମାସ ଶେଷ ସୋମବାର ସକାଶେ କାଉଡ଼ିଆ ମାନେ ବିଭିନ୍ନ ପବିତ୍ର ନଦୀରୁ ଜଳ ଧାରଣ କରି ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଶୈବପୀଠ ଗୁଡ଼ିକରେ ଜଳଲାଗି କରିଥିଲେ । ହିଂଜିଳିକାଟୁ ପୌରାଂଚଳ ସିନେମାହଲ ଛକ ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ବୋଲବମ ସଙ୍ଘର ଶତାଧିକ କାଉଡ଼ିଆ ରବିବାର ରାତିରେ ଆସିକା ଋଷିକୂଲ୍ୟା, ବଡ଼ନଦୀ  ଓ ଘୋଡ଼ାହାଡ଼ ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳରେ ପଂହଚି ପୁରୋହିତ ଖଡ଼ିରତ୍ନ ସିମାଂଚଳ ପଣ୍ଡିତଙ୍କ ପୂଜା ହୋମାଦି ସହ ମହା ମୃତ୍ୟୁଂଜୟ ମନ୍ତ୍ର ପାଠ ପୂର୍ବକ କଳସରେ ଜଳ ଧାରଣ କରିବା ସହ ଚନ୍ଦନ, କର୍ପୁର ଓ ବିଭିନ୍ନ ସୁବାଷିତ ମହୋଷଧି ମିଶ୍ରଣ ପୂର୍ବକ ବାହୁଙ୍ଗିରେ ପୂର୍ଣ୍ଣକୁମ୍ଭ କଳସକୁ କାନ୍ଧରେ ବୋହି ବୋଲବମ ହରହର ବମ, ଜଟିଆ ବାବା ପାର୍ କରେଗା ସମେତ ଶିବ ନାମ ଜପ କରି ସୁନାଦେଇ ମାରୁଡ଼ି ସ୍ଥିତ ନିଳକଣ୍ଠେଶ୍ୱର ମହାଦେବଙ୍କ ପୀଠ ଠାରେ ପହଂଚି ହୋମଯଞ, ଅଭିଶେକ, ମାର୍ଜଣା ନୀତି ସମାପନ ପରେ  ଜଳ ଲାଗି କରିଥିଲେ । ପରେ ଦେବ ଦେବ ମହାଦେବଙ୍କୁ ନିକଟସ୍ଥ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା ।ମନ୍ଦିର ପରିସରରେ ହବିଷାନ୍ନ ବ୍ୟଂଜନ ପ୍ରସ୍ତୁତି ପୂର୍ବକ ପ୍ରସାଦ ସେବନ କରି ଅପରାହ୍ନରେ ନିଜ ନିଜ ଗୃହକ ପ୍ରତ୍ୟାଗମନ କରିଥିଲେ । ଶ୍ରାବଣ ଶେଷ ସୋମବାର ପରେ କାଉଡ଼ିଆଙ୍କ ବୋଲବମ ଯାତ୍ରା ଉଦଯାପିତ ହୋଇଯାଇଛି । ଚନ୍ଦ୍ରକଳ୍ପେଶ୍ୱର ବୋଲବମ ସଙ୍ଘର ସଭାପତି ସିମାଂଚଳ ମୁଦୁଲି, ଉପସଭାପତି ଗୋପାଳ କୃଷ୍ଣ ସାହୁ, କୋଷାଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଶେଷଦେବ ସାହୁ, ସତ୍ୟ ମହାଙ୍କୁଡ଼, ମନୋରଂଜନ ପାଠି, ଚିଂଟୁ ସାହୁ, ପାଣ୍ଡା ପୃଷ୍ଟି, ପ୍ରଦିପ ପ୍ରଧାନ, ନିଳାଂଚଳ ପାଳ, ବାବୁ ଡ଼ାକୁଆ, ଟୁଟୁ ପାତ୍ର, କୃଷ୍ଣଚନ୍ଦ୍ର ପଣ୍ଡା, ବୁଲୁ ମୁନି, ବାପି ପଣ୍ଡିତ, କିଶୋର ଚନ୍ଦ୍ର ସାହୁ, ଚିମନ ସାହୁ, ସନ୍ତୋଷ ପ୍ରଧାନ, ତ୍ରିନାଥ ସାହୁ, ରଂଜନ ସାହୁ, ଆନନ୍ଦ ଗୌଡ଼, ପ୍ରକାଶ ରେଡ୍ଡି, ବାବୁ ବେହେରା, ଜଗନ୍ନାଥ ଚୌଧୁରୀଙ୍କ ସମେତ ଶତାଧିକ କାଉଡ଼ିଆ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ