୭ଦିନ ପାଇଁ ଓଡଙ୍ଗ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଜଣ କରୋନା ପଜେଟିଭ୍ ବାହାରିବା ସହିତ ବିଭିନ୍ନ ଗ୍ରାମର ଲୋକ ମାନଙ୍କ ଠାରେ ଥଣ୍ଡା କାଶ, ଜ୍ୱର ଆଦି ଲକ୍ଷଣ ଦେଖାଯାଇଛି । ସେହିପରି ଲୋକ ମାନେ ସାମାଜିକ ଦୂରତା ରକ୍ଷା ନକରିବା, ବଜାରଘାଟରେ ତାସ, କ୍ରିକେଟ ଖେଳିବା, ଗୁଲିଖଟି କରିବା ଆଦି ବିଭିନ୍ନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏସବୁ ସମସ୍ୟା ପ୍ରତି ଗୁରତ୍ୱ ଦେଇ କରୋନା ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ସରପଞ୍ଚ କିଶୋର କିଙ୍କର ପଢିଆରୀ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସୋମବାର ସକାଳ ୭ଟା ଠାରୁ ରବିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୭ଦିନ ପାଇଁ ସମଗ୍ର ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିବା ସହିତ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆଶା, ଅଙ୍ଗନୱାଡି କର୍ମୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଟ୍ ଡାଉନ୍ ସମୟରେ ଔଷଧ ଦୋକାନ, ସରକାରୀ ଡାକ୍ତରଖାନା, ପୋଷ୍ଟ ଅଫିସ, ଦୁଗ୍ଧ ଉତ୍ପାଦନ କେନ୍ଦ୍ର, ପଶୁ ଡାକ୍ତରଖାନା ଏବଂ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଗ୍ରୋସେରୀ ଓ ପରିବା ଦୋକାନ ଖୋଲା ରହିବ । ସାମାଜିକ ଦୂରତା ରକ୍ଷା କରି ଚାଷ କାର୍ଯ୍ୟ ଚାଲି ପାରିବ । ଜରୁରୀ କାର୍ଯ୍ୟ ନଥିଲେ କେହି ବାହାରକୁ ବାହାରିବେ ନାହିଁ ଏବଂ ଜରୁରୀ କାର୍ଯ୍ୟରେ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସରପଞ୍ଚ ବିଡିଓ, ବନ୍ତ ଓ ଆଗରପଡା ଆଇଆଇସିଙ୍କୁ ଅବଗତ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ