ଭାରତୀୟ କିଷାନ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଆମ ଦେଶ ଓ ରାଜ୍ୟରେ ଏଚଟିଭିଟି(କପା),(ବିଟି) ବାଇଗଣ ଓ (ଜିଏମ)ସୋରିଷ ବିହନ ବିକ୍ରୀକୁ ନିଷିଧ କରାଯାଇଥିବା ବେଳେ ତାହାର ବିକ୍ରୀକୁ ତୁରନ୍ତ ବନ୍ଦ କରାଯିବାକୁ ଭାରତୀୟ କିଷାନ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ,କେନ୍ଦ୍ର କୃଷିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦାବି କରାଯାଇଛି । ଏହିସବୁ ବିହନକୁ ବିଭିନ୍ନ ବିଦେଶୀ କମ୍ପାନୀ ଭାରତରେ ବେପାର କରିବାକୁ ଦୀର୍ଘବର୍ଷ ହେବ ପ୍ରଚେଷ୍ଟା ଚଳାଇଥିବା ବେଳେ ଏବେ ସେହିସବୁ ବିହନ ବଜାରରେ ବିକ୍ରୀ ହେଉଥିବାର ଦେଖିବାକୁ ମିଳିଛି । ଏହି ବିହନ ଭାରତୀୟ ବଜାରରେ ପ୍ରଚଳନ କରାଯିବା ନିମନ୍ତେ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ପ୍ରୋତ୍ସାହିତ କରୁଥିବାର ଭାରତୀୟ କିଷାନ ସଙ୍ଘ ପକ୍ଷରୁ ଅଭିଯୋଗ ହୋଇଛି । ଭାରତବର୍ଷରେ ଏହିସବୁ ବିହନ ନିଷିଧ ହୋଇଥିବା ବେଳେ ସେସବୁକୁ ବିକ୍ରୀ କରିବା ପାଇଁ ଜନପ୍ରତିନିଧିମାନେ ପ୍ରୋତ୍ସାହିତ କରୁଥିବାରୁ ଭାରତୀୟ କିଷାନ ସଙ୍ଘ ଏହା ବିରୋଧରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଜିଲ୍ଲା ଶାଖାର ସଭାପତି ଚିନ୍ମୟ ଦାସ, ଗଗନବିହାରୀ ରାଉତ, ସରଜୁ କାଣ୍ଡି ପ୍ରମୁଖ ପ୍ରଧାନମନ୍ତ୍ରୀ,କେନ୍ଦ୍ର କୃଷିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ପ୍ରଦାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ