ଅବକାରୀ ବିଭାଗ ପକ୍ଷରୁ ୧୯୦୦ କେଜି ମହୁଲ ପୋଚ ଓ ରୋଷେଇ ସାମଗ୍ରୀ ନଷ୍ଟ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ବାମନଘାଟୀ ଉପଖଣ୍ଡର ଦୁର୍ଗମ ଅଂଚଳରେ ଚୋରା ମଦର କୁଟୀର ଶିଳ୍ପ ଚାଲିଛି ।କରୋନା ମହାମାରୀ ପାଇଁ ଲୋକଙ୍କର ଜୀବନ ଜୀବିକା ସଂପୁର୍ଣ୍ଣ ଭାବେ ଭୁଷୁଡି ଯାଇଛି ।ହେଲେ ଦୋକାନ ବଜାର ସବୁ ମାନ୍ଦାରେ ଚାଲିଛି । କିନ୍ତୁ ନିଶାବେପାରୀ,ମଦ ମାଫିଆ,ଜୁଆଡି ମାନଙ୍କର ଲାଭ ଦ୍ଵିଗୁଣିତ ହୋଇଛି । ପୋଲିସ ଏବଂ ଅବକାରୀ ବିଭାଗକୁ ଅନ୍ଧାରରେ ରଖି ଜନ ପ୍ରତିନିଧି ମାନଙ୍କୁ ହାତ ବାରିଷି କରି ,ସ୍ବୟଂ ସହାୟିକା ଗୋଷ୍ଠୀକୁ ଭୟଭୀତ କରାଇ, ଗାଁ ଟୋକାଙ୍କୁ ହାତ ବାରିଷି କରି ଦୁର୍ଗମ ଅଂଚଳରେ ଚଳାଇଛନ୍ତି ଦେଶୀ ମଦ ଚୁଲେଇ ।ମଦରେ ବିଭିନ୍ନ ପ୍ରକାର ଅସ୍ୱାସ୍ଥ୍ୟକର ସାମଗ୍ରୀ ମିଶାଯାଉଛି ।ଯାହାକି ସ୍ବାସ୍ଥ୍ୟ ପାଇଁ ଅହିତକର ।ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ କାର୍ଯ୍ୟାଳୟ ଅନ୍ତର୍ଗତ କୁସୁମି ବ୍ଲକର ବାଦାମ ପାହାଡ ଦୁର୍ଗମ ଅଂଚଳ ରାଖାସାହି,ଭଗାବନ୍ଦି,ଚମରଡିହି ଦୁର୍ଗମ ଅଂଚଳରେ ଚୋରା ମଦ ତୁଲେଇ ହେଉଥିବା ଖବର ପାଇ ରାଇରଙ୍ଗପୁର ଅବକାରୀ ବିଭାଗ ଅଧିକାରୀ ହରିହର ସିଂ ଏବଂ ତାଙ୍କ କର୍ମଚାରୀ ପ୍ରମୁଖ ମଙ୍ଗଳବାର ଭୋରୁ ଚଢ଼ାଉ କରିଥିଲେ । ଘଟଣାସ୍ଥଳରେ ମଦ ମାଫିଆମାନେ ଘଟଣାସ୍ଥଳରୁ ଜଙ୍ଗଲ ଭିତରକୁ ଲୁଚି ପଳାଇଯାଇଥିଲେ । ସେଠାରୁ ୫୪ ଲିଟର ଦେଶୀମଦ ଜବତ ସହ ୧୯୦୦ କେଜି ମହୁଲ ପୋଚ ଏବଂ ରୋଷେଇ ସାମଗ୍ରୀ ନଷ୍ଟ କରି ଦିଆଯାଇଥିଲା ।


