ଲାଲକିଲ୍ଲା ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ- ମୋଦୀ
(ଯୁଗାବ୍ଦ ନ୍ୟୁଜ)ପ୍ରଧାନମନ୍ତ୍ରୀ ମୋଦୀ ୭୩ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀର ଉପରେ ଜାତୀୟ ପତାକା ଉତ୍ତୋଳନ କରି କହିଛନ୍ତି । ରକ୍ଷାବନ୍ଧନ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶର ବନ୍ୟାପ୍ଳାବିତ ଅଞ୍ଚଳର ଲୋକମାନଙ୍କ ପାଇଁ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଲେ ଯେ ଆଜି ଆମେ ସ୍ୱାଧୀନତା ଦିବସ ପାଳୁଥିବା ବେଳେ ଦେଶର କେତେକ ଅଞ୍ଚଳରେ ବନ୍ୟା ଯୋଗୁଁ ଆମର ଅଧିକାଂଶ ନାଗରିକ ଦୁର୍ଦ୍ଦଶା ଭୋଗୁଛନ୍ତି । ଆମେ ବନ୍ୟା ଦୁର୍ଗତଙ୍କ ଦୁଃଖରେ ଠିଆ ହୋଇଛୁ । ୭୩ତମ ସ୍ୱାଧୀନତା ଦିବସ ଅବସର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଦ୍ୱିତୀୟ ପାଳିରେ କ୍ଷମତାକୁ ଆସିବାର ୧୦ ସପ୍ତାହ ମଧ୍ୟରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ କି, ସ୍ୱଳ୍ପ ସମୟ ଅବଧି ମଧ୍ୟରେ ଦେଶର ମଙ୍ଗଳ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଧାରା ୩୭୦ ଏବଂ ୩୫-କ ଉଚ୍ଛେଦ ହେଉଛି ସର୍ଦାର ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଅଗ୍ରସର ହେଉଛି ଭାରତ ।ଅନ୍ୟପଟେ ମୋଦୀ କହିଛନ୍ତି, ସମସ୍ତେ ଜଳର ମୂଲ୍ୟ ବୁଝନ୍ତୁ । ମୋଦୀ ଜଳ ସମ୍ବଳର ସଂରକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି, ଏହି ପ୍ରସଙ୍ଗକୁ ସରକାର ପ୍ରାଥମିକତା ଦେଇଛନ୍ତି । ନୂତନ ସରକାର ଗଠନ ହେବାର ୭୦ ଦିନ ମଧ୍ୟରେ ଜଳ ଶକ୍ତି ମନ୍ତ୍ରାଳୟ କରାଯାଇଛି । ସମସ୍ତେ ଜଳର ମୂଲ୍ୟ ବୁଝିବା ଦରକାର । ଚାଷୀମାନେ ପ୍ରତି ଜଳ ବିନ୍ଦୁକୁ ଭଲ ଭାବରେ ବୁଝିବା ଦରକାର । ପାଣି ମାମଲାରେ ୭୦ ବର୍ଷ ମଧ୍ୟରେ ଯେଭଳି ବ୍ୟବସ୍ଥା ହୋଇଛି, ଆମକୁ ୫ ବର୍ଷରେ ଏହା କରିବାର ଅଛି । ଆମେ ଆଉ ଅଧିକ ସମୟ ଅପେକ୍ଷା କରିପାରିବା ନାହିଁ ବୋଲି ମୋଦୀ କହିଛନ୍ତି । ଏହି ଅବସରରେ ମୋଦୀ ଏକ ବଡ ଘୋଷଣା କରିଛନ୍ତି । ମୋଦୀଙ୍କ ମୁତାବକ, ଏବେ ଦେଶରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ରହିବେ । ଅର୍ଥାତ୍ ତିନି ସେନାର ନେତୃତ୍ୱ କୌଣସୀ ଜଣେ ଅଫିସରଙ୍କ ହାତରେ ରହିବ । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜଳ, ସ୍ଥଳ, ବାୟୁସେନା ସହ ମିଶି କାମ କରିବ । ଏହି ନୂତନ ବ୍ୟବସ୍ଥା ଦ୍ୱାରା ଦେଶର ଶକ୍ତି ବଢିବ । ଏହାଦ୍ୱାରା ସେନାର ତିନି ଅଙ୍ଗରେ କାମ କରିବା ଖୁବ୍ ସହଜ ହେବ ।


