ଝାଡାବାନ୍ତି ରେ ଗୋଟିଏ ଗ୍ରାମର ୩୦ ରୁ ଉର୍ଦ୍ଧ ଆକ୍ରାନ୍ତ
ଭଞ୍ଜନଗର/ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜଗନ୍ନାଥ ପ୍ରସାଦ ବ୍ଲକ କୁଶାପଲ୍ଲୀ ଗ୍ରାମରେ ଝାଡାବାନ୍ତିରେ ଅନେକ ଆକ୍ରାନ୍ତ ହେବା ପରେ ଏବେ ଏ ନେଇ ଚିନ୍ତା ରେ ପ୍ରଶାସନ । ଗ୍ରାମରେ ଦୀର୍ଘ ଦିନ ଧରି ଶୁଦ୍ଧ ପାନୀୟ ଜଳ ପାଇବାରୁ ରୁ ବଂଚିତ ଥିବାରୁ ବାରମ୍ବାର ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇ ଥିଲେ ମଧ୍ୟ୍ୟ କୌଣସି ଦୃଷ୍ଟି ଦିଆଯାଇ ନଥିଲା । ଯାହା ଫଳରେ ଆଜି ଜଣେ ଗର୍ଭବତୀ ମହିଳା ଓ କୁନି ଛୁଆ କୁ ମିଶାଇ ୩୦ ରୁ ଉର୍ଦ୍ଧ ମହିଳା ପୁରୁଷ ଲୋକ ଗ୍ରାମରେ ଝାଡା ବାନ୍ତି ରେ ଆକ୍ରନ୍ତ ହୋଇଛନ୍ତି । ପ୍ରାପ୍ତ ସୂଚନା ମୁତାବକ ଗ୍ରାମ ମଧ୍ୟରେ ଥିବା କୂଅରୁ ପାଣି ବ୍ୟବହାର କରି ଏହି ସମସ୍ୟା ମାନ ଉପୁଜିଛି। ଖବର ବ୍ୟାପିବା ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦାଶ କିରଣ କୁମାର ଙ୍କ ନିର୍ଦ୍ଦେଶ ରେ ସ୍ଥାନୀୟ ହେଲଥ ମୋବାଇଲ ଟିମ ବିଭାଗ ଗ୍ରାମରେ ପହଂଚି ପରିସ୍ଥିତି କୁ ଅନୁଧ୍ୟାନ କରି ଗ୍ରାମ ରେ ରୋଗୀଙ୍କୁ ଚିକିତ୍ସା କରାଇଥିଲେ ଓ ଦାଣ୍ଡ ମଝିରେ ଥିବା କୂଅ କୁ ବ୍ଲିଚିଙ୍ଗ ପାଉଡର ରେ ବିଶୋଧନ କରାଇ ଫେରିଥିଲେ। କିନ୍ତୁ ପୁଣି ପରିସ୍ଥିତି ସୁଧାର ନ ଆସିବାରୁ ବ୍ଲକ ପ୍ରଶାସନ ଓ ମେଡିକାଲ ସହଯୋଗ ରେ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଚିକିତ୍ସା ଚାଲିଛି l ସ୍ଥାନୀୟ ବି ଡି ଓ ସୁରେଶ ଚନ୍ଦ୍ର ପଣ୍ଡା ଆସି ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଡାକ୍ତରୀ ଦଳ ଓ ସ୍ଥାନୀୟ ହେଲଥ ୱାର୍କର ଙ୍କୁ ଏଥିପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛନ୍ତି


