ବେଆଇନ ଗୋରୁ ଚାଲାଣ ୬ଗୋରୁ ଉଦ୍ଧାର, ଡ୍ରାଇଭର ଗିରଫ

ପାରାଦ୍ୱୀପ, (ପୀତବାସ ପ୍ରଧାନ):ସଂପ୍ରତି କୋରୋନା ମହାମାରୀ ସମୟରେ ପ୍ରଶାସନର ବିଭିନ୍ନ କୋଭିଡ୍ ନିୟମ ବଳବତ୍ତର ଥିôବାବେଳେ ରବିବାର ଦିନ ଏକ ଗୋରୁ ବୋଝେଇ ପିକ୍‌ଅପ ଗାଡିକୁ ପାରାଦ୍ୱୀପ ଲକ୍ ଥାନା ଭୁତମୁଣ୍ଡାଇ ଠାରେ ଅଭିଯୋଗ ପାଇ ଜବତ କରିଛି । ଘଟଣାରୁ ପ୍ରକାଶ ଯେ ରବିବାର ଦିନ ପୂର୍ବହ୍ନରେ ଏକ ପିକ୍‌ଅପ୍ ଗାଡି ନଂ ଓଡି୨୧ଏଚ୍ ୩୩୨୮ ରେ ୬ଟି ଗୋରୁନେଇ ଭୁତମୁଣ୍ଡାଇ ବାଟ ଦେଇ ଯାଉଥିବା ସମୟରେ ଗାଇମାନଙ୍କ କରୁଣ ବୋବାଳି ଶୁଣି ସେଠାରେ ଉପସ୍ଥିତ ଥିବା ଆନ୍ତର୍ଯ୍ୟାତିକ ମାନବିକ ଅଧିକାର ପରିଷଦ, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟପ୍ରକାଶ ମହାନ୍ତିଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାପରେ ସେ ସେହି ଗୋରୁ ଗାଡିକୁ ପିଚ୍ଛାକରି ତାହାକୁ ଅଟକାଇ ଡ୍ରାଇଭରକୁ ଏ ବାବଦରେ ପଚାରିବାରୁ ଡ୍ରାଇଭର ସତ୍ୟପ୍ରକାଶଙ୍କୁ ଧମକଚମକ ଦେଇଥିଲା । ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଯୁବକମାନେ ରୁଣ୍ଡ ହୋଇଯାଇଥିଲେ । ଏହାପରେ ସତ୍ୟପ୍ରକାଶ ପାରାଦ୍ୱୀପ ଲକ୍ ପୋଲିସ୍‌କୁ ଖବର ଦେଇ ଏ ବାବଦରେ ଅଭିଯେ।ଗ କରିବାରୁ ପୋଲିସ ଡ୍ରାଇଭର ସମେତ ଉକ୍ତ ଗାଡିକୁ ଜବତ କରି ଥାନାକୁ ନେଇଥିଲେ । ତେବେ ଏତେ କମ୍ ସ୍ଥାନରେ ୬ଟି ଗାଇଙ୍କୁ ଯେପରି ନିର୍ମମ ଭାବେ ଗୋରୁ ମାଫିଆ ମାନେ ଚାଲାଣ କରୁଥିଲେ ଏହାକୁ ସତ୍ୟପ୍ରକାଶ ଗଭିର କ୍ଷୋଭ ପ୍ରକାଶ କରିଛନ୍ତି । ଗିରଫ ଡ୍ରାଇଭର ଅନୁଯାୟୀ ଏହି ଗୋରୁ ଭୁତମୁଣ୍ଡାଇ ପଞ୍ଚାୟତର ଫୁଲବେଲାରୀ ଗ୍ରାମର କିଣାଯାଇ କୁଜଙ୍ଗ ଯାଉଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ