୨୫ ଦିନ ପରେ ରାଇକିଆରୁ ହଟିଲା କନ୍ଟେନମେଣ୍ଟ
ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳ ଜିଲା ରାଇକିଆ ରୁ ୨୫ ଦିନ ପରେ ହଟିଛି କନ୍ଟେନମେଣ୍ଟ । ରାଇକିଆ ରୁ ପଜିଟିଭ୍ ଚିହ୍ନଟ ପରେ ଗତ ଜୁଲାଇ ୧୦ ତାରିଖ ରୁ ରାଇକିଆ ସହର ସମେତ ୧୩ ଟି ଗ୍ରାମ କୁ କନ୍ଟେନମେଣ୍ଟ ଘୋଷଣା କରା ଯାଇଥିଲା । ପରିସ୍ଥିତି କୁ ନିରୀକ୍ଷଣ କଲା ପରେ ମଙ୍ଗଳବାର ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ କନ୍ଟେନମେଣ୍ଟ ହଟା ଯାଇଛି । ତେବେ ଜିଲ୍ଲାପାଳ ଙ୍କ ପୂର୍ବ ଘୋଷଣା ଅନୁଯାୟୀ ଲକ୍ ଡାଉନ୍ ନିୟମ ବଳବତ୍ତର ରହିବ । ଏହି ସମୟ ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ର ଦୋକାନ ଖୋଲା ରହିବ ବୋଲି ଜଣା ପଡିଛି ।


