କରୋନା କାହାର ପୁଷମାସ ତ ‘କାହାର ସର୍ବନାଶ ମହୁଲ ଓ ଗୁଡ଼ର ଚାହିଦା ବୃଦ୍ଧି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବୈଶ୍ୱିକ ମହାମାରୀ କରୋନାର କରାଳ ରୂପ ଲୋକଙ୍କ ଜୀବିକାକୁ ପ୍ରଭାବିତ କରିଛି। ସଟ୍‍ ଡାଉନ୍‍ ଏବଂ ଲକ୍‍ ଡାଉନ୍‍ ର କଟକଣାରେ ଅସଂଖ୍ୟ ପରିବାରର ବ୍ୟବସାୟ ଠପ୍‍ ହେବା ସହିତ ଜୀବନ ଜୀବକା ଉପରେ ଏହାର ଗୁରୁତର ପ୍ରଭାବ ପକାଇଛି। ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ସ୍କୁଲ, କଲେଜ,ବନ୍ଦ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା। ଅନେକ ବ୍ୟବସାୟ ପ୍ରତିଷ୍ଠାନ ବି ବନ୍ଦ।କରୋନା ବହୁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ବେଳେ କିଛି ଲୋକଙ୍କ ପାଇଁ ଅପୂର୍ବ ସୁଯୋଗ ଆଣି ଦେଇଛି। ସେ ମଧ୍ୟରୁ ଚୋରା ମହୁଲି ରନ୍ଧାମଦ ତିଆରି କାରବାର ଅନ୍ୟତମ। ସମଗ୍ର ଅଞ୍ଚଳରେ ବିଦେଶୀ ମଦ ଦୋକାନ ଗୁଡିକ ମାସ ମାସ ଧରି ସିଲ୍‍ କରିଦେବା ରନ୍ଧାମଦ ପ୍ରସ୍ତୁତକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କଲା। ଗାଁ ଗାଁରେ ରନ୍ଧାମଦ ତିଆରି ଏକ ମୁଖ୍ୟ ଧନ୍ଦାରେ ପରିଣତ ହୋଇଛି। ବିଶେଷ କରି ଜଙ୍ଗଲ ତଳି ଅଞ୍ଚଳ ରେ ଥିବା ଗାଁ ମାନଙ୍କରେ ଏହା କୁଟୀର ଶିଳ୍ପରେ ପରିଣତ ହୋଇଗଲାଣି। ରନ୍ଧା ମଦ ତିଆରି କାରବାର ଯେତିକି ବୃଦ୍ଧି ପାଉଛି। ଗୁଡର ଚାହିଦା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଚିନିର ଚାହିଦା ବୃଦ୍ଧି ପାଇବା ପରେ ଲୋକେ କାଁଭାଁ ପର୍ବପର୍ବାଣିରେ ପିଠାପଣା କରିବା ପାଇଁ ଗୁଡ ବ୍ୟବହାର କରୁଥିଲେ। କିନ୍ତୁ କରୋନା ସଟ୍‍ ଡାଉନ୍‍ ଏବଂ ଲକ୍‍ ଡାଉନ୍‍ ଆଦି କଟକଣା ଗୁଡର ଚାହିଦାକୁ ବଢାଇ ଦେଇଛି। ଚିନିର ଚାହିଦା ଆଗରେ ହାର୍‍ ମାନି ଥିବା ଗୁଡ ମଦରନ୍ଧା କାରବାର ବୃଦ୍ଧି ଯୋଗୁଁ ଚିନି ସହିତ ଗୁଡ ସମକକ୍ଷ ହେବାକୁ ବସିଲାଣି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ