ଅନ୍ୱେଷଣ ଥିଏଟର ଗ୍ରୁପର ସଦସ୍ୟା ମାନଙ୍କଦ୍ୱାରା ରକ୍ଷାବନ୍ଧନ ଉଛବ ପାଳନ

ଯାଜପୁର, (ଓ୍ବାଇଏନ୍ଏସ୍): ଥିଏଟର ସଦସ୍ୟା ମାନେ ସରକାରଙ୍କ କୋଭିଡ଼୍‌-୧୯ ର ନୀୟମ ମାନି ଅନୁଷ୍ଠାନର ସଦସ୍ୟ ମାନଙ୍କୁ ଭାତୃତ୍ୱ ଭାବ ମନେକରି ହାତରେ ରାକ୍ଷୀ ବାନ୍ଧି ଫୁଲ, ଚନ୍ଦନ, ଦୀପ ଦେଇ ପୂଜା କରିଥିଲେ । ଏହାକୁ ଅନ୍ୱେଷଣ ଥିଏଟର ଗ୍ରୁପ୍ ର ସଭାପତି ବୃନ୍ଦାବନ ମିଶ୍ର ସଞ୍ଚାଳନ କରିଥିଲେ । ଏଥିରେ ଅନୁଷ୍ଠାନର ଉପସଭାପତି ଦେବାଶିଷ ବୋଷ୍ ସାଂସ୍କୃତକ ସମ୍ପାଦକ ଶଙ୍କର ସାହୁ, ବୈଦ୍ୟନାଥ ପଣ୍ଡା, ଧନଞ୍ଜୟ ପୃଷ୍ଟି, ପ୍ରଶନ୍ନ କୁମାର ବିଶ୍ୱାଳ, ପ୍ରଭାତ କୁମାର ଦାସ, ବିଶ୍ୱଜିତ୍ ମଲ୍ଲିକ, ସୁରଜ କୁମାର ପଣ୍ଡା, ଅନିତା ସାହୁ, ଚନ୍ଦ୍ରାବତୀ ବେହେରା, ଲକ୍ଷ୍ମୀପ୍ରିୟା ରାଉତ, ସ୍ୱାତୀ ପଣ୍ଡା, ଇଛାମୟୀ ଧଳ ଅନୁଷ୍ଠାନର ସୁରେଶ କର, ସୁକାନ୍ତ କୁମାର ରାଉତ, ଦିବ୍ୟଯ୍ୟୋତୀ ମିଶ୍ର, ଉପେନ୍ଦ୍ର କୁମାର ଜେନା ପ୍ରମୁଖ ନୂତନ କରି ସାମିଲ୍ ହେଲେ । ଶେଷରେ ସମ୍ପାଦକ ଅଭିମନ୍ୟୁ ମିଶ୍ର ଏହି ଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ