ବାଜପେୟୀ ଓ ସୁଷମାଙ୍କ ଉଦ୍ଦେଶ୍ୟରେ ବିଜେପିର ଶ୍ରଦ୍ଦାଞ୍ଜଳୀ ସଭା

ବାଲେଶ୍ୱର : ବିଜେପି କାର୍ଯ୍ୟାଳୟ ଠାରେ ଦିବଂଗତ ନେତା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ୰ଅଟଳ ବିହାରୀ ବାଜପେୟୀ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ୰ ସୁଷମା ସ୍ୱରାଜଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ତଥା ପ୍ରଥମ ସଭାପତି ଅଟଳ ବିହାରୀ ବାଜପେୟୀଙ୍କ ସଫଳ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ୧୯୯୮ରେ କେନ୍ଦ୍ରରେ ସରକାର ସ୍ଥାୟୀ ସରକାର ଗଠନ କରିଥିଲା । ୰ ଅଟଳ ବିହାରୀ ବାଜପେୟୀଙ୍କ ଅନେକ କାର୍ଯ୍ୟ ମଧ୍ୟରୁ ପୋଖରାନରେ ପରମାଣୁ ବୋମା ପରୀକ୍ଷଣ, ସ୍ୱର୍ଣ୍ଣ ଚର୍ତୁଭୁଜ ରାସ୍ତା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ଗରିବଙ୍କ ପାଇଁ ଅନ୍ତ୍ୟୋଦୟ ଅର୍ଣ୍ଣପୂର୍ଣ୍ଣା ଯୋଜନା ସ୍ମରଣୀୟ ହୋଇ ରହିବ । ଭାରତବର୍ଷକୁ ବିଶ୍ୱ ସ୍ତରରେ ପ୍ରତିଷ୍ଠା କରାଇବାରେ ସଫଳ ନେତୃତ୍ୱ, ଭାରତବର୍ଷକୁ ଅର୍ଥନୀତିରେ ଶିଖରରେ ପହଞ୍ଚାଇବା ପାଇଁ ସଫଳ ଆର୍ଥିକ ନୀତି, ପାକିସ୍ତାନ ସହିତ ଶାନ୍ତି ପ୍ରତିଷ୍ଠା ପାଇଁ ଲାହୋରକୁ ବସ ଯାତ୍ରା, ୧୯୯୯ କାରଗିଲ ଯୁଦ୍ଧରେ ପାକିସ୍ତାନକୁ ଶୋଚନୀୟ ପରାଜୟ କରି ଭାରତବର୍ଷକୁ ଗୌରାବନି୍ୱତ କରିବା ଏବଂ ଅନେକ ଗରିବ କଲ୍ୟାଣ ଯୋଜନା ଯୋଗୁଁ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ୰ସୁଷମା ସ୍ୱରାଜ ମାତ୍ର ୨୫ ବର୍ଷ ବୟସରେ ଦେଶ ସେବା ପାଇଁ ନିଜକୁ ସମର୍ପିତ କରିଥିଲେ । ସେ ଦିଲ୍ଲୀ ଓ ହରିଆଣାରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ଭାରତର ପୂର୍ବତନ ବୈଦେଶିକ ଥିବା ବେଳେ ତାଙ୍କର ସଫଳ ବୈଦେଶିକ ନୀତି ଯୋଗୁଁ ଭାରତର ନିଜର ଖ୍ୟାତି ଅର୍ଜନ କରିପାରିଥିଲା । ଶ୍ରଦ୍ଧାଳୀ ସଭାରେ ସଦର ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ, ରବିନାରାୟଣ ମହାପାତ୍ର, ଉମାକାନ୍ତ ମହାପାତ୍ର, ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ସୁଜିତ ଦେବ, ସୀତାକାନ୍ତ ସ୍ୱାଇଁ, ଚିତ୍ତରନ ପଣ୍ଡା, ଶୁଭଙ୍କର ମହାପାତ୍ର, ନିରନ ଦାଶ, ସତ୍ୟଜିତ ମିଶ୍ର, ଗୌରାଙ୍ଗ ଦାସ, ବିକାଶ ପାଢୀ, ଧୀରଜ ମହାନ୍ତି, ନିତିନ ଦାସ, ଶୁଭାଶିଷ ପିରି, ଜୀବନ ପାତ୍ର, ଅରୁପ ଜେନା, ଅନନ୍ତ ଚାନ୍ଦ, ମହେଶ ସିଂ, ଅନନ୍ତ ନାୟକ, ସର୍ବେଶ୍ୱର ପାତ୍ର, ସସ୍ମିତା ଦାସ, ସସ୍ମିତା ଚାନ୍ଦ, ଲୀନା ସାହୁ, ଅବିନାଶ ସେଠୀ, ଜିତେନ୍ଦ୍ର ଷଡଙ୍ଗୀ, ଶକ୍ତି ପାଣିଗ୍ରାହୀ, କିଶୋର ଶତପଥୀ, ଅନୀଲ ମହାନ୍ତି, ପବନ କମିଳା, ସେଖ ମତ୍ବୁଲ, ନବକିଶୋର ସେଠୀ, ଦେବବ୍ରତ ମିଶ୍ର, ବବଲୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ