ସୁଲଣ ପଞ୍ଚାୟତରେ ବ୍ୟାପକ ହରିଲୁଟ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ନିର୍ବାହୀ ଅଧିକାରୀଙ୍କ ରିଲିଭ ପରେବି ନୁତନକରି ଯୋଗଦେଇଥିବା ପିଇଓଙ୍କୁ ଦାୟିତ୍ୱ ହସ୍ତାନ୍ତର ନକରି ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଠାଣ କରାଯାଇଥିବା ବେଳେ ପୁର୍ବବର୍ଷରେ ଉଠାଣ ହୋଇଥିବା ୨୧ଲକ୍ଷ ଟଙ୍କାର କୌଣସି ହିସାବ ମଧ୍ୟ ପଞ୍ଚାୟତରେ ନାହିଁ ।
ଖବରରୁ ଜଣାଯାଇଛି ଯେ ଉକ୍ତ ପଞ୍ଚାୟତକୁ ୨୦୧୯/୨୦ ଆରô୍ଥକ ବର୍ଷ ପାଇଁ ୧୪ଲକ୍ଷ ୬୭ହଜାର ୭୬୨ଟଙ୍କାର ଅନୁଦାନ ପଞ୍ଚାୟତକୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ଏହି ଅବସରରେ ପଞ୍ଚାୟତର ପିଇଓଙ୍କର ୧୧/୭/୨୦୧୯ରେ ଅନ୍ୟ ବ୍ଲକକୁ ବଦଳି ହୋଇଯାଇଥିଲା । ପିଇଓ ଜଣକ ଗତ ସେପ୍ଟେମ୍ବର ୧୧ତାରିଖରେ ବ୍ଲକରୁ ରିଲିଭ ହୋଇ ଅନ୍ୟ ବ୍ଲକକୁ ପଳାଥିଲେ । କିନ୍ତୁ ନୁତନ ପିଇଓଙ୍କୁ ପଞ୍ଚାୟତର ଦାୟିତ୍ୱ ହସ୍ତାନ୍ତର କଲେ ନାହିଁ । କିନ୍ତୁ ଗତ ୨୨/୭/୨୦୧୯ରେ ପଞ୍ଚାୟତର ଏସ.ଏଫ.ସି ଏକାଉଣ୍ଟରୁ ୧ଲକ୍ଷ ୫୦ହଜାର ଟଙ୍କା ଓ ପୁନର୍ବାର ୫/୮/୨୦୧୯ରେ ପଞ୍ଚାୟତର ସିଏଫସି ଏକାଉଣ୍ଟରୁ ୫ଲକ୍ଷ ୬୦ହଜାର ଟଙ୍କା ଉଠାଣ ହୋଇଯାଇଛି । ୨୦୧୯/୨୦ ଆର୍ଥିକବର୍ଷ ପାଇଁ ଆସିଥିବା ଅନୁଦାନରୁ ବିନା ଆକ୍ସନପ୍ଲାନ ଓ ବିଡିଓଙ୍କ ବିନା ଆପ୍ରୁଭାଲରେ ଟଙ୍କାଟିଏବି ଉଠାଇ ନପାରିବାର ନିୟମ ଥିଲେବି କିପରି ଓ କେଉଁ ପରିସ୍ଥିତିରେ ଟଙ୍କା ଉଠାଣ ହେଲା ତାହାକୁ ନେଇ ଚର୍ଚ୍ଚା ହେଉଛି । ସେହିପରି ଗତ ୨୦୧୮/୧୯ ଆରô୍ଥକ ବର୍ଷରେ ପଞ୍ଚାୟତକୁ ଆସିଥିବା ୨୧ଲକ୍ଷରୁ ଉର୍ଦ୍ଧ ଟଙ୍କାର କୌଣସି ହିସାବ ନାହିଁ କି ପଞ୍ଚାୟତ ଏକାଉଣ୍ଟରେ ସେହି ଟଙ୍କା ମଧ୍ୟ ନାହିଁ । ସେହିପରି ନୁତନ ପିଇଓଙ୍କୁ କେବଳ ଟେବୁଲ ଚେୟାର ଚାର୍ଜ ଦିଆଯାଇଥିବାବେଳେ ଭତ୍ତା, ଟି.ଏଫ.ସି, ଏସ.ଏଫ.ସି, ପିଡିଏସ ଆଦିର ଚେକବହି, ପଞ୍ଚାୟତର ବିଭିନ୍ନ ରେକର୍ଡବହି, ବ୍ୟାଙ୍କ ପାସବୁକ ଆଦି ଦେବାକୁ ଥିବାବେଳେ ପୁର୍ବତନ ପିଇଓ ତାହାକୁ ଆଜି ପର୍ୟ୍ୟନ୍ତ ହସ୍ତାନ୍ତର କରି ନାହାନ୍ତି । ଫଳରେ ନୁତନ ପିଇଓ ପଞ୍ଚାୟତକୁ ଚଲାଇବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତିବୋଲି ନୁତନ ନିର୍ବାହୀ ଅଧିକାରୀ ନରହରି ନାୟକ କହିଛନ୍ତି । ସେ ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇ ଦେଇଥିବା କହିଛନ୍ତି । ଏ ସମ୍ପର୍କରେ ସରପଞ୍ଚ ଅଲିଭା ପଲେଇଙ୍କୁ ପଚାରିବାରେ ସେ ଏ ବାବଦରେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ସରପଞ୍ଚ ଓ ପିଇଓଙ୍କ ନାମରେ ଜଏଣ୍ଟ ଏକାଉଣ୍ଟ ଥିବାବେଳେ ସରପଞ୍ଚଙ୍କ ଅଗୋଚରରେ କିପରି ଓ କିଏ ଟଙ୍କା ଉଠାଇଲା । ଏ ସମ୍ପର୍କରେ ବିଡିଓ ସୁଶାନ୍ତ ବାରିକଙ୍କୁ ପଚାରିବାରେ ସେ ଏପରି ଅନିୟମିତତାର ଖବର ପାଇଛନ୍ତି ଓ ଏନେଇ ଥାନାରେ ଏଫ.ଆଇ.ଆର କରିବେ ବୋଲି ସୁଚନା ଦେଇଛନ୍ତି । ଏହାକୁନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେିଛି । ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ କରିବାକୁ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି ।