ପାରଳା ରେ ବିଜେଡି ତରଫ ରୁ ଜୀବନ ବିନ୍ଧୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି-(ତାରିଣୀ ପ୍ରସାଦ ପଣ୍ଡା):ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ଆଦେଶ କ୍ରମେ ସାରାରାଜ୍ୟ ରେ ଜୀବନ ବିନ୍ଧୁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗଜପତି ଜିଲ୍ଲା ରେ ମଧ୍ୟ ଜୀବନ ବିନ୍ଧୁ ରକ୍ତଦାନ ଶିବିର ପାରଳାଖେମୁଣ୍ଡି ସ୍ଥିତ ଟାଉନ ହୋଲ ରେ ଅନୁଷ୍ଠିତ ହୋଇଥିଲା ଏହି କାର‌୍ୟ୍ୟକ୍ରମ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ଯୁବରାଣୀ କଲ୍ୟାଣି ଦେବୀ,ମରୁତ କୁମାର ପାଳ ଜିଲ୍ଲା ସଭାପତି ପ୍ରଦୀପ ନାୟକ,ନଗର ସଭାପତି ସୂର‌୍ୟ୍ୟନାରାୟଣ ରାଜୁଗୁରୁ ,ଜିଲ୍ଲା ଯୁବ ସଭାପତି ଏସ ଲିଙ୍ଗରାଜ, ବରିଷ୍ଠ ସାମ୍ବାଦିକ ଗରୁଡ଼ଧ୍ଵଜ ଚୌଧ୍ରୁରୀ,ଅନ୍ତର‌୍ୟ୍ୟାମୀ ଗମାଙ୍ଗ,ରଘୁରାମ ସାହୁ,ବରିଷ୍ଠ ବିଜେଡି ନେତା ବସନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଜୀବନ ବିନ୍ଧୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିର ଆଜି ଠାରୁ ଆରମ୍ଭକରି ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ପ୍ରଯନ୍ତ ଚାଲୁ ରହିବ ବୋଲି ବିଜେଡି ନଗର ସଭାପତି ସୂର‌୍ୟ୍ୟନାରାୟଣ ରାଜୁଗୁରୁ ଜଣାଇଛନ୍ତି । ସାରା ପୃଥିବୀ ରେ ଯେଉଁଭଳି କରନା ଭାଇରସ ଲାଗିରହିଛି ,ଯେପରି କେହିବି ରକ୍ତ ଅଭାବ ରେ ନମରନ୍ତି ସେଥିପାଇଁ ରାଜ୍ୟସରକାର ଙ୍କ ଆଦେଶ କ୍ରମେ ଚାଲିଛି ରକ୍ତଦାନ ଶିବିର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ