ବିଜେପି ପକ୍ଷରୁ ମଠ ଗ୍ରାମରେ ଶୁଖିଲା ଖାଦ୍ୟ ବଣ୍ଟନ

ହାଟଡିହ, (ଓ୍ବାଇଏନ୍ଏସ୍):ଭାରତୀୟ ଜନତା ପାର୍ଟି ପକ୍ଷରୁ ହାଟଡିହି ପଞ୍ଚାୟତ ମଠ ଗ୍ରାମର ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । କରୋନା ମହାମାରୀ ଯୋଗୁଁ ଲକଡାଉନ ସର୍ଟଡାଉନ ଜାରି ରହିଥିବାବେଳେ ଗରିବ ପରିବାର ଗୁଡିକ ନାନା ଅସୁବିଧାରେ କାଳାତିପାତ କରୁଛନ୍ତି । ଏପରିସ୍ଥିତିରେ ଭାରତୀୟ ଜନତାପାର୍ଟି ହାଟଡିହି ପକ୍ଷରୁ ଆଜି କୁଣ୍ଡିସାହି ଗ୍ରାମର ୩୩ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ହରମୋହନ ଶାସିନି, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ମଣ୍ଡଳ ସଭାପତି କୈଳାଶ ସାମଲ, ଅଶୋକ ପତି, ରବିନ୍ଦ୍ର ପତି, ମାନସ ଜେନା, ସନ୍ତୋଷ ପାତ୍ର, ବାବୁ ପାତ୍ର, ସୁଶାନ୍ତ ଜେନା, ଚନ୍ଦନ ସାହୁ, ତପନ ସାହୁ, ସନ୍ତୋଷ ସାହୁ, ସ୍ମୃତିରଞ୍ଜନ ବେହେରା, ବିଜୟ ଜେନା, ମାନସ ରଣ. ଜଦୁମଣୀ ମୁଦୁଲି, ପତିତପାବନ ପଣ୍ଡା, ପ୍ରଭଞ୍ଜନ ପ୍ରସାଦ ପ୍ରମୁଖ ଉପସ୍ଥିତ ହୋଇ ୩୩ପରିବାରକୁ ଚାଉଳ, ଡାଲି, ସାବୁନ, ଚୁଡା, ଚିନି ଆଦି ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ