ଯୋଗ୍ୟ ଅଯୋଗ୍ୟ ଖେଳ

କଟକ,(ଶ୍ରୀନିବାସ ରାଉତ):୨୦୧୯ ସାଧାରଣ ନିର୍ବାଚନର ବର୍ଷକ ପରେ ରାଜ୍ୟ ସରକାର କାଳିଆ ଯୋଜନାରେ ଅଯୋଗ୍ୟ ହିତାଧୀକାରୀ ଚିହ୍ନଟ କରି ଅର୍ଥ ଫେରାଇବା କହି ୩ ଲକ୍ଷ ୪୧ ହଜାର ଚାଷୀ ଭାଇ ମାନଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏଁ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ ରାଜ୍ୟ ସରକାର ମୁଣ୍ଡ ନୁଆଁଇଛନ୍ତି। ମୁଖ୍ୟ ବିରୋଧୀ ଦଳ ଭାବରେ ବିଜେପି ବାରମ୍ବାର ଏହି ନିର୍ଦ୍ଦେଶନାମା କୁ ବିରୋଧ କରିବା ଏବଂ ଚାଷୀ ଭାଇ ମାନଙ୍କ ଆକ୍ରୋଶ ପରେ ରାଜ୍ୟ ସରକାର ଏହାକୁ ସ୍ଥଗିତ ରଖିଛନ୍ତି।ଗୋଟିଏ ପଟେ ମୋଦି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାରେ ଷଷ୍ଠ କିସ୍ତି ରେ ୮.୫ କୋଟି କୃଷକଙ୍କୁ ୧୭ ହଜାର କୋଟି ଟଙ୍କା ପଠାଇବା ସମୟରେ ରାଜ୍ୟ ସରକାର ଚାଷୀମାନଙ୍କ ହିତ କଥା ନଭାବି ଓଲଟା ସେମାନଙ୍କୁ ଶୋଷଣ କରୁଛନ୍ତି। କରୋନା ମହାମାରୀ ସମୟରେ ଜୋର ଜବରଦସ୍ତି ଆତଙ୍କ ଖୋଳାଇ ଗରିବ ଚାଷୀଙ୍କ ଠାରୁ ଟଙ୍କା ଆଦାୟ କରିବା ସବୁଠୁ ବଡ଼ ଅପରାଧ। ଟଙ୍କା ଫେରସ୍ତ ନିଷ୍ପତି କୁ ରାଜ୍ୟ ସରକାର ସ୍ଥଗିତ ନୁହେଁ ସମ୍ପୂର୍ଣଭାବେ ପ୍ରତ୍ୟାହାର କରନ୍ତୁ।ନିର୍ବାଚନ ପୂର୍ବରୁ କାଳିଆ ଯୋଜନାରେ ରାଜ୍ୟସରକାର ଙ୍କ ତତ୍କାଳୀନ କୃଷି ମନ୍ତ୍ରୀ କହିଥିଲେ କି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। କିନ୍ତୁ ଏବେ ବର୍ଷକ ପରେ ସେମାନେ କିପରି ଅଯୋଗ୍ୟ ହିତାଧୀକାରୀ ହୋଇଗଲେ ରାଜ୍ୟ ସରକାର ତାହା ସ୍ପଷ୍ଟ କରନ୍ତୁ।ଯଦି ଅର୍ଥ ଆଦାୟ କରିବାର ଅଛି ତେବେ କାଳିଆ ଯୋଜନା ତାଲିକା ରେ ଯେଉଁ ଅଧିକାରୀ ମାନେ ନିଜ କ୍ଷମତା କୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧୀକାରୀ ମାନଙ୍କୁ ସାମିଲ କରିଛନ୍ତି ସେହି ସରକାରୀ ଅଫିସର ଏବଂ କୃଷି ଅଧିକାରୀମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ