ପୋଲିସ ସମିତି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ସମିତି ଆନୁକୁଲ୍ୟରେ ଦୁଇ ଦିବସୀୟ କରୋନା ସଚେତନତା କାର୍ଯ୍ୟକ୍ରମ ରାଇରଙ୍ଗପୁର ସର୍କଲ ଏସଡିପିଓ ସ୍ନେହାଶୀଷ ସାହୁଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି ।କରୋନା ସଂକ୍ରମଣ ହୁ ହୁ ବୃଦ୍ଧି ପାଉଛି ।କରୋନା ପାଇଁ ଔଷଧ ସାମଗ୍ରୀ ନାହିଁ । ତେଣୁ ଆବଶ୍ୟକତାକୁ ଦେଖି ମୁହଁରେ ମାସ୍କ ,ସାବୂନରେ ହାତ ଧୋଇବା,ସାନିଟାଇଜେସନ ହେବା, ସାମାଜିକ ଦୂରତାକୁ ଗୁରୁତ୍ବ ଦେବା ଓ ପଡ଼ୋଶୀଙ୍କୁ ସଚେତନ କରାଇବା ଇତ୍ୟାଦିକୁ ଗୁରୁତ୍ବ ଦେବା ପାଇଁ ଏହି ସଚେତନ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ବୋଲି ଏସଡିପିଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିପାଇଁ ଏକ ସୁସଜ୍ଜିତ ରଥରେ ଯାଗା ଗାଁ କୁ ଗାଁ ବୁଲି ସଚେତନ କରାଇଥିଲା । ପୋଲିସ ସମିତି ପକ୍ଷରୁ ମାଗଣାରେ ସାବୁନ,ମାସ୍କ,ସାନିଟାଇଜର ଗ୍ରାମବାସୀ ଓ ପଥଚାରୀଙ୍କୁ ଦିଆ ଯାଇଥିଲା । ପ୍ରଥମ ଦିନରେ ବଡାମତଳିଆ,ବିଜାତଳା,ଆନ୍ତଃ,ନୂଷାଡିହି,ସାନପାଖଣା ଗ୍ରାମରେ ସଚେତନତା କରାଯାଇଥିଲା । ପୋଲିସ ସମିତି ଅଧ୍ୟକ୍ଷ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ, ଅଗ୍ନିଶମ ବିଭାଗ ଅଧିକାରୀ ଧୀରେନ ଦାସ, ସରୋଜ ମହାନ୍ତ, ବିକାଶ ରଂଜନ ଗିରି,ଅଜିତ ଗିରି,କରୋନା ଯୋଦ୍ଧା ସାମ୍ବାଦିକ ଯୁଧିଷ୍ଠିର ପରିଡ଼ା ଏବଂ ଅନ୍ୟମାନେ ଏଥିରେ ସାମିଲ ହୋଇ ସାଧାରଣ ଜନତାଙ୍କୁ ସଚେତନ କରାଇଥିଲେ


