ଭିନ୍ନକ୍ଷମ ଶିଶୁଙ୍କୁ କରୋନା ସଚେତନତା
କୁକୁଡାଖଣ୍ଡି,(ହିମାଂଶୁ ପାଢି): କୁକୁଡାଖଣ୍ଡିରେ ବ୍ଲକରେ ଥିବା ବିଭିନ୍ନ ଭିନ୍ନଷମ ପିଲାମାନଙ୍କୁ କରୋନା ମୁକ୍ତ କରିବାକୁ କୁକୁଡାଖଣ୍ଡି ତହସିଲଦାର ଇପସିତା ପ୍ରିୟଦଶନୀ ମିଶ୍ରଙ୍କ ତତ୍ବାବଧାନତାରେ ନିମଖଣ୍ଡି ଠାକୁରବାପା ଆଶ୍ରମ ପରିସରରେ ଏକ ସଚେତନତା ଶିବିର ଅନୁଷ୍ଟିତ ହେଇଯାଇଛି। ଏଥିରେ ଶିଶୁ ବିଶେଷଜ୍ଞ ଡାକ୍ତର ସ୍ବାତୀ ଦାସ,କୋଭିଟ ପାଇଁ ନିଯୁକ୍ତ ଓଏଏସ ଆକାଶ ପଟ୍ଟନାୟକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ମନୋରମା ରେଡ୍ଡି, ପ୍ରମୁଖ ଉପସ୍ଥିତ ରହି ଭିନ୍ନଷମ ଶିଶୁ ମାନଙ୍କୁ ଯେପରି କରୋନା ମୁକ୍ତ କରାଯାଇପାରି | ସେଦିଗରେ ଉପସ୍ଥିତ ଭିନ୍ନଷମ ପିଲାଙ୍କ ଅଭିଭାବକଙ୍କୁ ବୁଝାଇଥିଲ । ପିଲାମାନଙ୍କ କିପରି ଯତ୍ନ ନେବା ସହ ମା ମାନେ ମଧ୍ୟ ଯତ୍ନବାନ ହୋଇ ରହିବେ ସେନେଇ ଡାକ୍ତର ପରାମର୍ଶ ଦେଇଥିଲେ | ଏବଂ କୈଣସି ଅସୁବିଧା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଥିଲେ। ଶିଶୁ ମାନଙ୍କ ଠାରେ ଯଦି କରୋନା ଲଷଣ ଦେଖାଦିଏ ତାହାଲେ ସେମାନଙ୍କ ସ୍ବାବ ଟେଷ୍ଟ କରାଯିବ। ଅନ୍ୟପକ୍ଷରେ ଭିନ୍ନ କ୍ଷମ ଶିଶୁ କରୋନା ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭବନା ତାହାକୁ ଆଖି ଆଗରେ ରଖି ଯେପରି ଶିଶୁ ମାନେ ସଚେତନତା କାର୍ଯ୍ୟକ୍ରମକୁ ଆସିବାକୁ ଆକୃଷ୍ଟ ହେବେ ସେଥିନିମନ୍ତେ ପ୍ରଶାସନ ପକ୍ଷରୁ ଏକ କରୋନା କିଟର ବ୍ୟବସ୍ଥା କରାଯାଇ ଶିଶୁ ମାନଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା। ଅନ୍ୟପଷେ ଶିଶୁ ମାନଙ୍କୁ ବାହରକୁ ନବାହାରିବାକୁ ପରାମର୍ଶ ଦେବାସହ ଲୁହଭରା ଆଖିରେ ହାତଯୋଡି ଶିଶୁ ମାନଙ୍କୁ ସଠିକ ଯତ୍ନରେ ରଖିବାକୁ ନିବେଦନ କରିଥିଲେ, ଏବଂ ଯେକୈଣସି ପରାମର୍ଶ ପାଇଁ ଯୋଗାଯୋଗ କରିବାକୁ କହିଥଲେ । ଏଥିଲେ ଆଇସିଡିଏସ କାଯ୍ୟାଳୟର କମକତ୍ତା,ଅଗଂନଓ୍ବାଡି କମୀ ମାନେ ଉପସ୍ଥିତ ଥିଲେ।


