ରାଜ୍ୟସଭା ସାଂସଦ ମମତା ମହାନ୍ତ ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ସଦସ୍ୟ ଭାବେ ମନୋନୀତ
ରାଜ୍ୟସଭା ସାଂସଦ ମମତା ମହାନ୍ତ ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ସଦସ୍ୟ ଭାବେ ମନୋନୀତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବଣ ଜଙ୍ଗଲ ନଦୀ ନାଳ ଘେରା ଦୁର୍ଗମ ଅଂଚଳର ବିଶୋଇ ବ୍କକର ଭୁମିପୁତ୍ରୀ ବିଶିଷ୍ଟ ନାରୀନେତ୍ରୀ ଓଡିଆ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ତାଙ୍କର ଦକ୍ଷତା,ତ୍ୟାଗ,ସେବା ମନୋବୃତ୍ତି, ସାମାଜିକ ଅଙ୍ଗୀକାରବଦ୍ଧତା ନେଇ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କାୟା ନାଇଡୁ ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ସଦସ୍ୟ ଭାବେ ମନୋନୀତ କରିଛନ୍ତି । ତାଙ୍କ ନିଯୁକ୍ତିରେ ସମଗ୍ର ମୟୂରଭଂଜ ଜିଲ୍ଲା ସମେତ ବାମନଘାଟୀ ଉପଖଣ୍ଡରେ ଦଳମତ ନିର୍ବିଶେଷରେ ସମସ୍ତେ ଖୁସି ହୋଇଛନ୍ତି । ତାଙ୍କର ନିଯୁକ୍ତିରେ ସେ ଅସହାୟ ସବୁବର୍ଗରଲୋକଙ୍କ ନ୍ୟାୟ ପାଇଁ ସହଯୋଗ କରିବେ ବୋଲି ଆଶା ବାନ୍ଧିଛନ୍ତି ।


