୧୫ ଅଗଷ୍ଟରୁ ଓପିଡି ସେବା ଆରମ୍ଭ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଜନସାଧାରଣଙ୍କ ସୁବିଧା ପାଇଁ ଆସନ୍ତା ୧୫ରୁ ବ୍ରହ୍ମପୁର ବଡ ମେଡିକାଲ ସାଧାରଣ ଓପିଡି ସେବା ଆରମ୍ଭ ହେବ। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍‌ କରି ବୁଧବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଡାକ୍ତରଖାନାକୁ ଆସିବା ସମୟରେ ରୋଗୀମାନେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧିବାକୁ ଜିଲ୍ଲାପାଳ କହିଛନ୍ତି। ଏହି ନିଷ୍ପତ୍ତି କ୍ରମେ ସାଧାରଣ ରୋଗୀ ବିଶେଷଭାବେ ଉପକୃତ ହେବ ବୋଲି ଆଶା କରାଯାଉଛି।ଜୁନ୍‌ରେ ବଡ ମେଡିକାଲର ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ ବାରମ୍ବାର ପଜିଟିଭ ଚିହ୍ନଟ ହେବା ପରେ ଓପିଡି ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା। ଜିଲା ପ୍ରଶାସନର ଅଧିକାରୀ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଜୁଲାଇ ୮ରୁ ଓପିଡି ବନ୍ଦ କରାଯାଇଥିଲା। ଏହାପରେ ସାଧାରଣ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଓପିଡି ଖୋଲିବାକୁ ବିଭିନ୍ନ ମହଲରେ ଦାବି ପରେ କିଛିଦିନ ତଳେ ୨ଟି ଜନସ୍ବାର୍ଥ ମାମଲା ମଧ୍ୟ ହାଇକୋର୍ଟରେ ରୁଜୁ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ