ନବଜାତ ଶିଶୁ କନ୍ୟା ଉଦ୍ଧାର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ୬ମାଇଲ ଛକ ନିକଟରେ ଥିବା ଏଫସିଆଇ ଗୋଦାମ ନିକଟରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଗ୍ରାମବାସୀ ଏହି ଶିଶୁ କନ୍ୟାକୁ ଉଦ୍ଧାର କରିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଶିଶୁ କନ୍ୟାକୁ ଗଜପତି ଜିଲ୍ଲା ମୁକ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ । ତେବେ ଶିଶୁ କନ୍ୟାଟି କାହାର ଏବଂ ତାକୁ କାହିଁକି ନିର୍ଜନ ସ୍ଥାନରେ ଫୋପଡା ଯାଇଛି ସେ ବିଷୟରେ ପୋଲିସ ତଦନ୍ତ ଚଳାଇଛି । ଶିଶୁ କନ୍ୟାର ଚିକିତ୍ସା ଦାୟୀତ୍ୱ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ହାତକୁ ନେିଛି ।


