ରାଜୀବଗାନ୍ଦୀ ସେବାକେନ୍ଦ୍ର ପରିସରରେ ଡାକଘର ଖୋଲିବାକୁ ଦାବୀ

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଂଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ଶାଖା ଡାକଘର ଖୋଲିବାକୁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ପଂଚାୟତବାସୀ ଦାବି କରିଛନ୍ତି । ବର୍ତ୍ତମାନ ଡାକଘରମାନଙ୍କରେ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସହିତ କମ୍ପ୍ୟୁଟରିକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେହି ପଂଚାୟତର ସଂପୃକ୍ତ ଶାଖା ପୋଷ୍ଟମାଷ୍ଟରଙ୍କ ଏକ ଭଙ୍ଗାଘରେ ଶାଖା ଡାକଘର ଚାଲୁଥିବା ବେଳେ ସେହିଗୃହଟିରେ ଆବଶ୍ୟକୀୟ ନୂତନ କାର୍ଯ୍ୟକ୍ରମ ଚାଲିବା ଅସମ୍ଭବ । ସେହି ଶାଖା ଡାକଘର ନିମନ୍ତେ ସ୍ଥାନୀୟ ଅଂଚଳରେ ଭଡାଘର ମିଳୁନଥିବା ବେଳେ ଫଳରେ ଏହି ଡାକଘରଟି ଚଉଦକୁଲାଟ ଡାକଘର ସହିତ ମିଶିଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାଦ୍ୱାରା ଗାଙ୍ଗପଡା ପଂଚାୟତର ଅଧିବାସୀମାନେ ବହୁ ଅସୁବିଧାର ସମ୍ମୁଖିନ ହେବେ । ସରକାରଙ୍କ ପତ୍ର ସଂଖ୍ୟା ୨୨୮୯୩ ତା ୬.୦୯.୨୦୧୩ ଅନୁଯାଇ ଗ୍ରାମପଂଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ରର ଅତିରିକ୍ତ ଗୃହକୁ ଶାଖା ଡାକଘର ଚାଲିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଗଲେ ପଂଚାୟତର ମୈାଳିକ ସେବା ଡାକଘର ସମସ୍ୟା ଦୂର ହୋଇପାରିବ ବୋଲି ପଂଚାୟତବାସୀ ଦାବି କରିଛନ୍ତି । ଏହି ସମସ୍ୟା ସମ୍ପର୍କରେ ପଂଚାୟତବାସୀ ପଥମେ ସରପଂଚଙ୍କୁ ଲିଖିତ ଭାବେ ଜଣାଇଥିଲେବି ଏହି ସମସ୍ୟାର କୈାଣସି ସମାଧାନ କରାନଯିବାରୁ ସେମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏସମ୍ପର୍କରେ ଦାବି କରିଛନ୍ତି । ପଂଚାୟତବାସୀଙ୍କ ପକ୍ଷରୁ ନାଏବସରପଂଚ ଶସ୍ମିତା ମଳିକ, ୱ୍ୱାର୍ଡସଭ୍ୟ ନରହରି ରାଉତ, ଭଗବତୀ ବିଶ୍ୱାଳ, ରାହାସବିହାରୀ ପରିଡା, ସରୋଜ ରାଉତ, ମଞ୍ଜୁଲତା ପରିଡା, ମୁରଲୀଧର ସାହୁ, ଗଣେଶ ଓଝା, ବାସନ୍ତୀ ବାରିକ,ସୁନନ୍ଦା ଜେନାଙ୍କ ସମେତ ଶ୍ରୀକାନ୍ତ ରାଉତ, ଜଗମୋହନ ସାହୁ, ଦିଲ୍ଲିପ ପାତ୍ର, ଖଗେଶ୍ୱର ସେଠୀ, ମନୋଜ କୁମାର ସେଠୀ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ