ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଧନ ବୃତ୍ତି ଯୋଜନା
ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଧନ ବୃତ୍ତି ଯୋଜନାମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଧନ ବୃତ୍ତି ଯୋଜନାଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଏସ୍ଡ଼ି ଶିବୁଲାଲ ଓ କୁମାରୀ ଶିବୁ ଲାଲ ଦ୍ୱାରା ପ୍ରତିଷ୍ଠିତ ସରୋଜିନୀ ଦାମୋଦରନ ଫାଉଣ୍ଡେସନ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ ନିମନ୍ତେ ବୃତ୍ତି ପ୍ରଦାନ କରଯାଉଛି । ଉଭୟ ସାଧାରଣ (୮୦%) ଓ ଦିବ୍ୟାଙ୍ଗ (୬୦%) ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ବିଦ୍ୟାରତ୍ନ ବୃତ୍ତି ପ୍ରଦାନ କରାଯାଉଛି । ୨୦୨୦ ମାଟ୍ରିକ ପରୀକ୍ଷଶରେ ୮୦%ରୁ ଅଧିକ ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନେ ଏହି ବୃତ୍ତି ପାଇଁ ଆବେଦନ କରିପାରିବେ । ସେହିପରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ୬୦% ନମ୍ବର ରଖିଥିବା ଜରୁରୀ । ମନୋନୀତ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ପାଇଁ ବାର୍ଷିକ ୬ ହଜାର ଟଙ୍କାର ବୃତ୍ତି ପାଇବେ । ଯଦି ସମ୍ପୃକ୍ତ ଛାତ୍ରଛାତ୍ରୀ ଉତ୍ତମ ପ୍ରଦର୍ଶନ କରନ୍ତି, ତେବେ ଡ଼ିଗ୍ରୀ ପାଠ୍ୟକ୍ରମ ପାଇଁ ସେମାନଙ୍କୁ ୧୦ ହଜାରରୁ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ôଥକ ସହାୟତା ମିଳିବ । ଆଗ୍ରହୀ ଛାତ୍ରଛାତ୍ରୀମାନେ ସପ୍ଟେମ୍ବର ୧୫ ତାରିଖ ୨୦୨୦ ପୂର୍ବରୁ ଆମ www.vidyadhan.org ୱେବ୍ସାଇଟରେ କିମ୍ବା vidya SDF Mobile app ଦ୍ୱାରା ଆବେଦନ କରିପାରିବେ କିମ୍ବା ୭୯୭୮୪୬୭୮୦୮ ନମ୍ବରରେ ଯୋଗାଯୋଗ କରି ବୁଝିପାରିବେ । ସୂଚନାଯୋଗ୍ୟ ଯେ, ଫାଉଣ୍ଡେସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଦେଶର ୧୩ ହଜାର ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇ ସାରିଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶାର ୨୦୦ଜଣ ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହୋଇସାରିଛନ୍ତି । ସମ୍ପ୍ରତି ଏହି କାର୍ଯ୍ୟକ୍ରମ ଓଡ଼ିଶା, କେରଳ, କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଏବଂ ଗୋଆରେ ଚାଲୁରହିଛି ।


