ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବିଶ୍ୱରଞ୍ଜନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସଦ୍ୟ ପ୍ରକାଶିତ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୧୮୨ ତମ ସ୍ଥାନରେ ରହି କୃତିତ୍ୱ ଅର୍ଜନ କରିଥିବା ନିଳାଦ୍ରୀ ବିହାରର କୁମାର ବିଶ୍ୱରଞ୍ଜନଙ୍କୁ ତାଙ୍କ ବାସଭବନରେ ବରିଷ୍ଠ ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନିପତି ସମ୍ବର୍ଦ୍ଧିତ କରୁଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ନିଳାଦ୍ରୀ ବିହାର ଯୁବ ଓ ସାଂସ୍କୃତିକ ସଂଙ୍ଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ), ସମାଜସେବୀ ମନୋରଞ୍ଜନ ଦାସ, ଗଦାଧର ପ୍ରସାଦ ରଥ, ବିଷ୍ଣୁ ଦାସ, ଭୁବନେଶ୍ୱର ସ୍ୱେଚ୍ଛାସେବୀ ସଂଙ୍ଘର ସଦସ୍ୟବୃନ୍ଦ ପ୍ରମୁଖ ଉପସ୍ଥିତ ରହି ବିଶ୍ୱରଞ୍ଜନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ