ଯଶିପୁରରେ ୪ ଚକିଆ ଯାନ ସେବାକେନ୍ଦ୍ର ଉଦଘାଟିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଯଶିପୁରର ଇଣ୍ଡିଆନ ପେଟ୍ରୋଲ ପମ୍ପ ପାର୍ଶ୍ଵରେ ମହେନ୍ଦ୍ର କୁଇକ୍ କାର ର୍ସର୍ଭିସ , ସୁଶ୍ରୀ ମୋଟର ସର୍ଭିସ୍ କେନ୍ଦ୍ର ଯଶିପୁର ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ କର ଅମଳରେ ଶୁଭ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଜେଡି ବିଧାୟକ ମଙ୍ଗଲ ସିଂ ମୋଦି,, ବରିଷ୍ଠ ବିଜେଡି ନେତା ଚକ୍ରଧର ହେମ୍ବ୍ରମ , ପରିବେଶବିତ ଓମ୍ କାର ରାମ, ଯଶିପୁର କଲେଜ ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ମହାନ୍ତ, ପୂର୍ବତନ ସେନାଧିକାରୀ ଲଳିତ ମହାନ୍ତ,କୁସୁମି ସେନା ରାଜ୍ୟ ଉପସଭାପତି ଦିବ୍ୟସିଂ ମହାନ୍ତ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଜୟ ସାହୁ,ପ୍ରିୟ ମହାନ୍ତି, ପ୍ରକାଶ ମହାନ୍ତି, ମହେନ୍ଦ୍ର ନାଥ ନାୟକ,କ୍ରୋଧାନ୍ୱିତ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧି ଗଣ ସାମିଲ ହୋଇଥିଲେ ।
ଯଶିପୁର ଅଂଚଳରେ ଲୋକେ ଚାରି ଚକିଆ ଗାଡ଼ି ଖରାପ ହେଲେ ବାହାର ରାଜ୍ୟକୁ ଓ ଅଂଚଳକୁ ଯିବାକୁ ପଡୁଥିଲ। ଲୋକେ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ତେଣୁ ଗାଡି ମାଲିକଙ୍କ ଅସୁବିଧାକୁ ଉପଲବ୍ଧ କରି ଯଶିପୁର ଅଂଚଳରେ ଏହି ସେବା କେନ୍ଦ୍ର ଖୋଲିବା ପାଇଁ ଦିର୍ଘ ବର୍ଷରୁ ଆବଶ୍ୟକତା ଥିଲା । ଲୋକଙ୍କ ଆବଶ୍ୟକତା ଲକ୍ଷ୍ୟ କରି କିଛି ମାଲିକ ଫର୍ ହୁଇଲ ସେବା କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ସେବା କେନ୍ଦ୍ରର ମାଲିକ ଜଗନ୍ନାଥ ମହାନ୍ତ,ରବି ନାରାୟଣ ମହାନ୍ତ,ଭବ ନାରାୟଣ ମହାନ୍ତ ପ୍ରମୁଖ ଲୋକମାନଙ୍କ ଚାହିଦା ମୁତାବକ ସେବା ଯୋଗାଇ ଦେବାକୁ ଚେଷ୍ଟା କରିବେ ବୋଲି କହିଥିଲେ ।


