ଡକାୟତି ଯୋଜନା ପଣ୍ଡ, ୬ଗିରଫ

ବେଲଗୁଣ୍ଠା, (ଶିବରାମଚୌଧୁରୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବେଲଗୁଣ୍ଠା ଫାଣ୍ଡି ଅଧିନ ଗୋଲାପଡା ଠାରୁ ମାଟିଆ ସାହି ରାସ୍ତାର ଏକ କାଜୁ ଫ୍ୟାକ୍ଟ୍ରି ନିକଟରେ ଭୋର ୩ଟା ସମୟରେ କିଛି ଯୁବକ ଡକାୟତି ଯୋଜନା କରୁଥିବା ବେଳେ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ପେଟ୍ରୋଲିଂ କରୁଥିବା ବେଳେ ଖବର ପାଇ ସେହି ସ୍ଥାନରେ ଅଚାନକ ଚଢ଼ାଉ କରିଥିଲେ।ସେଠାରୁ ୬ଜଣ ଯୁବକଙ୍କୁ ପୋଲିସ କାବୁ କରିଥିବା ବେଳେ ସେମାନଙ୍କ ଠାରୁ ୩ଟି ବାଇକ,୩ଟି ଖଣ୍ଡା,୨ଟି ହାତ ବୋମା,୨ଟି ଲୁହା ଛଡ଼,୨ଟି ମୋବାଇଲ ଓ ଲଙ୍କାଗୁଣ୍ଡ ପ୍ୟାକେଟ ଜବତ ହୋଇଥିବା ବେଳେ ୨ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ