ନୂଆ ଭାରତ ଆଉ ବେଶି ଦୂର ନୁହେଁ
ମାସର ଶେଷ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ୱିତୀୟ କାର୍ୟ୍ୟକାଳର ତୃତୀୟ ମନ କି ବାତ୍ । ମୋଦୀ କହିଛନ୍ତି କି, ଆମ ଦେଶ ଗୋଟିଏ ପଟେ ବର୍ଷାର ଆନନ୍ଦ ଉଠାଉଥିବା ବେଳେ ଅନ୍ୟ ପଟେ ହିନ୍ଦୁସ୍ତାନର କୌଣସୀ ନା କୌଣସୀ କୋଣରେ ଉତ୍ସବ ମେଳାରେ ଚଳଚଞ୍ଚଳ ହୋଇ ଉଠିଛି । ଦୀପାବଳୀ ପର୍ୟ୍ୟନ୍ତ ସବୁକିଛି ଏଭଳି ଚାଲିବ । ଗତକାଲି ଦେଶ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ ପାଳନ କରୁଥିଲା । ତେବେ ଭାରତ ପୁଣି ଏକ ବଡ ଉତ୍ସବ ପାଳନ କରିବାକୁ ଯାଉଛି । ସବୁଆଡେ ଏହି ବିଷୟରେ ଚର୍ଚ୍ଚା ହେଉଛି । ଦେଶ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ଯାଉଛି । ତେବେ ଗାନ୍ଧୀ ସେବାକୁ କେବଳ ଶବ୍ଦରେ ନୁହେଁ କାମରେ କରି ଦେଖାଇଥିଲେ । ସତ୍ୟର ସାଥ, ଗାନ୍ଧୀଙ୍କର ଯେତିକି ଅତୁଟ ସାଥ ଥିଲା ସେହିଭଳି ସେବା ସହ ତାଙ୍କର ଅତୁଳନୀୟ ସାଥ ଥିଲା । ସେ କେବଳ ଭାରତବାସୀଙ୍କ ସ୍ୱର ନୁହେଁ ତାଙ୍କର ଏଭଳି କାର୍ୟ୍ୟ ପାଇଁ ସେ ମାନବ ମୂଲ୍ୟ, ମାନବ ଗାରିମା ପାଇଁ ଏକ ପ୍ରକାରର ବିଶ୍ୱର ସ୍ୱର ହୋଇ ପାରିଛନ୍ତି । ପୂର୍ବରୁ ଅକ୍ଟୋବର ୨ର ୨ସପ୍ତାହ ପୂର୍ବରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କରାଯାଉଥିଲା ଏହି ଅବସରରେ ମୋଦୀ ପୂଜା ପାର୍ବଣ, ବର୍ଷାର ସ୍ପର୍ଶ, ସ୍ୱଚ୍ଛତା ଅଭିଯାନ, ନିୟୁ ଇଣ୍ଡିଆ, ଗାନ୍ଧୀ ଜୟନ୍ତୀ ଇତ୍ୟାଦି ବିଷୟରେ ରେଖାପାତ କରିଛନ୍ତି । ଏହି ସମୟରେ ସେ ମ୍ୟାନ ଭର୍ସେସ୍ ୱାଇଲ୍ଡ ବିଷୟରେ କହିବାକୁ ଯାଇ କହିଛନ୍ତି କି, ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଭାରତର ସଂସ୍କାର ଯାତ୍ରାରେ ପ୍ରକୃତି ପ୍ରତି ସମ୍ବେନ୍ଦନଶୀଳତା, ଭାରତର ପରମ୍ପରା ବିଶ୍ୱ ସ୍ତରରେ ଗଭୀର ରେଖାପାତ କରିବ ।