ସୀମାନ୍ତ ଅଞ୍ଚଳର କରୁଣ କାହାଣୀ;ଉଚ୍ଛୁଳା ନଦୀ ଭିତରେ ମାନବ ଶୃଙ୍ଖଳ ତିଆରି କଲେ ଗାଁ ଲୋକେ
କଳାହାଣ୍ଡି,(ଓ୍ବାଇଏନ୍ଏସ୍):ସାମ୍ନାକୁ ଆସିଲା ଲାଲଗଡ଼ର କରୁଣାଙ୍କ କରୁଣ କାହାଣୀ । ଗର୍ଭଯନ୍ତ୍ରଣା ସହି ଉଚ୍ଛୁଳା ନଦୀ ପାର ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପଂହଚିଥିଲେ ମଧ୍ୟ କରୁଣାଙ୍କ ଶିଶୁ ଦେଖିପାରିଲାନି ଦୁନିଆର ଆଲୋକ । ଗର୍ଭବତୀ କରୁଣାଙ୍କ ପାଇଁ ଉଚ୍ଛୁଳା ନଦୀ ଭିତରେ ମାନବ ଶୃଂଖଳ ତିଆରି କରିଥିଲେ ଗାଁ ଲୋକେ । ବେକେ ପାଣିରେ ନଦୀର ଦୁଇ ମୁଣ୍ଡରେ ଗାଁ ଲୋକ ମାନେ ଦଉଡ଼ି ବାନ୍ଧୀ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରିଛନ୍ତି । ଗୋଟିଏ ପଟେ ପ୍ରସବ ବେଦନା ଆଉ ଅନ୍ୟ ପଟେ ଭରା ନଦୀ ପାର ହେବାର କଷ୍ଟ, ଗର୍ଭବତୀ ମହିଳାଙ୍କ ଦୁଃଖକୁ ଦ୍ୱିଗୁଣିତ କରିଥିଲା । ଆଉ ମହିଳାଙ୍କୁ ନଦୀ ପାର କରିବା ପାଇଁ ଗାଁ ଲୋକେ ଏକତ୍ରିତ ହୋଇ ମାନବ ଶୃଂଖଳ ତିଆରି କରି ନଦୀ ପାର କରିଥିଲେ । କାରଣ ନଦୀ ପାର ହେଲେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଜଣକ ନବଜାତ ଶିଶୁ ଜନ୍ମଦେବେ । ମାନବ ଶୃଂଖଳ କରି ଗାଁ ଲୋକ ନଦୀର ପ୍ରଖର ସ୍ରୋତକୁ ସିନା ପାର କରିଦେଲେ ହେଲେ ମହିଳାଙ୍କ ଗର୍ଭସ୍ତ ସନ୍ତାନ ଦୁନିଆ ଦେଖିବା ଆଗରୁ ସବୁଦିନ ପାଇଁ ଆଖିବୁଜି ଦେଇଥିଲା । ଲାଲ ଗଡ଼ରୁ ଆସିଛି ବନ୍ୟା ସମୟର ଏଭଳି କରୁଣ ଚିତ୍ର । ମାଲକାନଗିରି- ଛତିଶଗଡ଼ ସୀମା ବିଜାପୁର ଜିଲ୍ଲା ଲଙ୍କାପାଲି ଗାଁର ଏଭଳି ଘଟଣା ସାମ୍ନାକୁ ଆସିଛି ।