ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କରଦଶମଶ୍ରାଦ୍ଧବାର୍ଷିକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଓଡ଼ିଶାରେ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣର ଜନକ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଧର୍ମପଦ ପୁରଷ୍କାର ସମ୍ମାନିତ ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ୧୦ମ ଶ୍ରାଦ୍ଧବାର୍ଷିକ ଅଗଷ୍ଟ ୨୫ ତାରିଖ ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ଶାସ୍ତ୍ରୀନଗରସ୍ଥିତ ବିଦ୍ୟୁତ୍ମାର୍ଗରେ ସ୍ଥାପିତ ଶିଳ୍ପୀଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଆୟୋଜିତ ଏହି ଉତ୍ସବୋର ଯୋଗଦାନ କରି ବଡ଼ଚଣା ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ, ହାଉସିଂ ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଖଲିକୋଟ ସରକାରୀ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଦାସ, ଧଉଳି •ରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ ସାମଲ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି, ଭାସ୍କର୍ଯ୍ୟ ଶିଳ୍ପୀଙ୍କର ଓଡ଼ିଶାରେ ପ୍ରତିମୂର୍ତ୍ତି ନିର୍ମାଣ ଓ •ରୁକଳା ଶିକ୍ଷାର ପ୍ରଗତି କ୍ଷେତ୍ରରେ ଅବଦାନ ବିଷୟରେ ଆଲୋଚନା କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ରୀତା ମହାନ୍ତି ସମସ୍ତଙ୍କୁ ଏ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବାରୁ ଧନ୍ୟବାଦ ଦେବା ସହ ଶିଳ୍ପୀଙ୍କ ପ୍ରତିମୂର୍ତ୍ତିର ସ୍ଥାପିତ ସ୍ଥାନର ପରିବେଶ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଥିଲେ । ଏଡି ଉତ୍ସବରେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଟ୍ରଷ୍ଟ ତରଫରୁ ଧଉଳି •ରୁକଳା ମହାବିଦ୍ୟାଳୟର ଛାତ୍ର ବିଶ୍ୱରଞ୍ଜନ ଦାସଙ୍କୁ ଛାତ୍ର ବୃତ୍ତି ପ୍ରଦାନ କରାଯାଇଥିଲା ।


