ଅବକାରୀ ବିଭାଗ ଦ୍ଵାରା ଅଚାନକ ଚଢ଼ାଉ

କଳାହାଣ୍ଡି,(ଓ୍ବାଇଏନ୍ଏସ୍) :  କଳାହାଣ୍ଡି ଜିଲ୍ଲା ତଥା ସମଗ୍ର ପଶ୍ଚିମ ଓଡ଼ିଶାରେ କୃଷି ଭିତ୍ତିକ ପର୍ବ ନୂଆଖାଇ ନେଇ ସମସ୍ତ ପୁରପଲ୍ଲୀ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ, କିଛି ଅସାଧୁ ମଦ ବ୍ୟବସାୟୀ ଏହାର ଭରପୁର ଫାଇଦା ଉଠାଉଛନ୍ତି । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏମାନେ ସକ୍ରିୟ ଥିବା ବେଳେ, ନର୍ଲା ଅଞ୍ଚଳରେ ବିଦେଶୀ ମଦ ଓ ଦେଶୀ ମହୁଲି ମଦର ଚୋରା ବ୍ୟବସାୟୀ ମାନେ ବ୍ୟାପକ କାରବାର ଚଳାଇଥିବା ସୂଚନା ଥିଲା । ତେବେ ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ପଞ୍ଚାୟତର ଏକ ବିଦେଶୀ ମଦ ଦୋକାନ ରୁ ଦୁଇ ଯୁବକ ଜିତେନ୍ଦ୍ର କୁମାର ୟାଦଭ ଓ ଶ୍ରୀମନ୍ତ ସାହୁ ନାମକ ବ୍ୟକ୍ତି ଓଡ଼ି ୦୮ ସି ୪୫୬୩ (OD-08-C-4563) ସଂଖ୍ୟା ବିଶିଷ୍ଟ ଏକ ମୋଟର ସାଇକେଲ ଯୋଗେ ୨୧ ଲିଟର ବିଅର ସହ ୧୫ ଲିଟର ବିଦେଶୀ ମଦ ଚୋରା ଚାଲାଣ କରୁଥିବା ସମୟରେ ନୂତନ ଭାବରେ କାର୍ଯ୍ୟରେ ଯୋଗ ଦେଇଥିବା ଅବକାରୀ ନିରୀକ୍ଷକ ବଳରାମ ସାହୁ, ସହକର୍ମୀଙ୍କ ସହ ରୁପ୍ରା ରୋଡ଼ ନିକଟସ୍ଥ ବୁଡ଼ିପଦର ଛକ ଠାରେ ଉକ୍ତ ଦୁଇ ଜଣ ଯୁବକ ସହିତ ବାଇକକୁ ଜବତ କରି, ଉଭୟଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗର ଇନିସ୍ପେକ୍ଟର ବଳରାମ ସାହୁ ସୂଚନା ଦେଇଛନ୍ତି । ଅପର ପକ୍ଷରେ ନର୍ଲା ଅଞ୍ଚଳରେ ବିଭିନ୍ନ ଗ୍ରାମରେ ବିଦେଶୀ ଓ ଦେଶୀ ମଦର ଅସାଧୁ ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାର ର ନକଲି ମଦ ପ୍ରସ୍ତୁତ କରି ନକଲି ଛାପା ଲଗାଇ ବିକ୍ରି କରାଯାଉଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି ଏବଂ ଉକ୍ତ ଅପମିଶ୍ରଣ ମଦ ପିଇ ଅନେକ ଲୋକ ଉତ୍କଟ ସ୍ଵାସ୍ଥ୍ୟ ସମସ୍ୟା ର ସମ୍ମୁଖୀନ କରୁଥିବା ନଜରକୁ ଆସୁଛି । ଏଣୁ ଏହା ସମ୍ପର୍କରେ ଅବକାରୀ ବିଭାଗ ଅଧିକାରୀ ମାନେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଓ ଦେଶୀ ମଦ ଭାଟିର ନମୁନା ମାନ ସଂଗ୍ରହ କରି ପରୀକ୍ଷା ଗାର କୁ ପଠାଇ ସତ୍ୟାସତ୍ୟ ଉନ୍ମୋଚନ ନିମନ୍ତେ ଦାବି ହେଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ