ପବ୍ଲିକ ୱେଲଫେଆର ସୋସାଇଟି ତରଫରୁ ଚୌଦ୍ୱାର ଗ୍ରାମ କୁ ସାନିଟାଇଜ଼
ଚୌଦ୍ୱାର, (ଦୀପକ୍ କୁମାର ବେଉରା) : କଟକ ଜିଲ୍ଲାରେ ମହାମାରୀ କରୋନା ବ୍ୟାପୁ ଥିବା ବେଳେ ଚୌଦ୍ୱାର ପୌରାଞ୍ଚଳ ରେ ମଧ୍ୟ କରୋନା ସଂକ୍ରମିତ ବୃଦ୍ଧି ପାଉଛନ୍ତି । ପ୍ରଶାସନ ତରଫରୁ ସାନିଟାଇଜ଼ କରାଯାଉଛି, ମାତ୍ର ସାହି ମଧ୍ୟରେ ଥିବା ଗଳି କନ୍ଦି ରେ ବଡ ଗାଡି ପଶି ପାରୁନଥିବାରୁ ସେଇ ଅଞ୍ଚଳ ବିଷୋଧନ ହୋଇ ପାରୁନାହିଁ । ଏଥିପାଇଁ ଆଗେଇ ଆସିଛନ୍ତି ଅଞ୍ଚଳ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ପବ୍ଲିକ ୱେଲଫେଆର ସୋସାଇଟି” ଚୌଦ୍ୱାର ଗ୍ରାମରେ ଥିବା ପାଞ୍ଚଟି ୱାର୍ଡ ର ଗଳି କନ୍ଦି ରେ ସାନିଟାଇଜ଼ କରାଯାଇଛି ଅନୁଷ୍ଠାନ ର ସଦସ୍ୟ ମାନଙ୍କ ଦ୍ଵାରା । ଅନୁଷ୍ଠାନ ର ସଦସ୍ୟ ମାନେ ସଭାପତି ବିଷ୍ଣୁ ଚରଣ ସାହୁ ଓ ପଞ୍ଚାନନ ବେହେରା ଙ୍କ ନେତୃତ୍ୱ ରେ ଏହି ମହାନ କାର୍ଯ୍ୟ ସମ୍ପୂର୍ଣ କରିଥିଲେ ।