ଗୋଠଛଡା ଦନ୍ତାହାତୀର ଉପଦ୍ରବ; ବ୍ୟାପକ ଫସଲ ନଷ୍ଟ

ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ରେଂଜ ଅନ୍ତର୍ଗତ ଯୋଡା ବନପାଳ ଅଧିନରେ ଥିବା ଗୁରୁବେଡା ଜଙ୍ଗଲରେ ଏକ  ଦନ୍ତାହାତୀ ଉପଦ୍ରବ କରି ବ୍ୟାପକ ଫସଲ ନଷ୍ଟ କରିଥିବା ଖବର ହସ୍ତଗତ ହୋଇଛି । ଚମ୍ପୁଆ ରେଂଜର ଘାସିନାଥ ପାତ୍ରଙ୍କଠାରୁ ମିଳିଥିବା ସୂଚନାନୁଯାୟୀ ଜଣାପଡିଛି ଯେ, ୧ ସପ୍ତାହ ତଳେ ୮ ଟି ହାତୀ ଗୁରୁବେଡା ଜଙ୍ଗଲରେ ରହୁଥିଲେ । ୮ ଗୋଟି ହାତୀ ମଧ୍ୟରୁ ୭ଟି ହାତୀ ଝାଡଖଣ୍ଡ ରାଜ୍ୟ ବନାଚଂଳକୁ ପଳାଇଥିବା ବେଳେ ଗୋଠଛଡା ହୋଇ ଗୋଟିଏ ଦନ୍ତାହାତୀ ରହିଯାଇଛି । ଏହି ଦନ୍ତାହାତୀଟି ଗ୍ରାମାଭିମୁଖୀ ହୋଇ ମକା ଫସଲ ନଷ୍ଟ କରିଦେଇଥିବା ଜଣାପଡିଛି । ବନବିଭାଗ ପକ୍ଷରୁ ଉକ୍ତ ହାତୀଟିକୁ ନିକଟସ୍ଥ ବାଲିବନ୍ଧ ବନାଚଂଳକୁ ଘଉଡାଇବା ପାଇ ଉଦ୍ୟମ କରାଯାଉଛି । ଯୋଡା ବନପାଳ ଅନିରୁଦ୍ଧ ପଣ୍ଡା କହିଛନ୍ତି ଯେ, ଉକ୍ତ ଦନ୍ତାହାତୀଟି ଗୋଠଛଡା ହୋଇ ଏକ ପ୍ରକାର ହିଂସ୍ର ହୋଇପଡିଛି । ଏ ହାତୀଟି ଉପଦ୍ରବ କରିବା ସହିତ ଗ୍ରାମଭିମୁଖୀ ହେବାକୁ ଉଦ୍ୟମ କରୁଥିଲେ ହେଁ, ଗ୍ରାମବାସୀ ଏବଂ ବନକର୍ମଚାରୀଙ୍କ ଦ୍ୱାରା ହାତୀଟିକୁ ଜଙ୍ଗଲ ଭିତରକୁ ଘଉଡାଇ ଦିଆଯାଉଛି । ତେବେ ସୂଚନାଯୋଗ୍ୟ ଯେ, ଏହି ଗୁରୁବେଡା ଜଙ୍ଗଲରେ ଶିକାରୀମାନେ ଗତ ତା ୧୫/୦୬/୨୦୨୦ ରିଖରେ ୨ଟି ହାତୀକୁ ବିଦ୍ୟୁତ କରେନ୍ଟ ଲଗାଇ ଶିକାର କରିଥିଲେ । ଏହାକୁ ଦୃଷ୍ଟିରେ ରଖି ବନବିଭାଗ ଏହି ଗୋଠଛଡା ହାତୀର ଗତିବିଧି ଉପରେ ନଜର ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ