ସାର ସମସ୍ୟା ନେଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାରେ ସାର ସମସ୍ୟା ଉଗ୍ର ହେବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ଆବଶ୍ୟକ ପରିମାଣର ସାର ଯୋଗାଇବାରେ ବିଫଳ ହେଉଥିବାରୁ ଏ ନେଇ ଚାଷୀ ମାନଙ୍କ ମଧ୍ୟରେ ଅଶନ୍ତୋଷ ମଧ୍ୟ ପ୍ରକାଶ ପାଉଛି ଆଉ ସବୁ ଜାଣି ଚୁପ ବସିଛି ଜିଲ୍ଲା ପ୍ରଶାସନ। ଫଳରେ ଚାଷୀ କୂଳ ଏବେ ତାର ଫସଲ କୁ ନେଇ ଚିନ୍ତିତ। ଏ ନେଇ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରଶାଦ ବ୍ଲକର ନବ ନିର୍ମାଣ କୃଷକ ସଂଗଠନର କୋକଳବା ଓ ତାରସିଂ ପଞ୍ଚାୟତ ଚାଷୀ । ଚାଷୀ ମାନେ ଅଭିଯୋଗ କରିଛନ୍ତି ଯେ ଚଳିତ ବର୍ଷ ଖରିଫ ଚାଷ ରେ ୟୁରିଆ , ପଟାସ, ଡ଼ିଏପି ଆଦି ସାର ସେବା ସମବାୟ ସମିତି ଦ୍ୱାରା ସେମାନେଙ୍କୁ ପ୍ରଦାନ କରାଯାଇନାହିଁ। ଯାହା ଫଳରେ କୋକଳବା ଓ ତାରସିଂ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରେ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ଏଣୁ ଏ ଦିଗରେ ସ୍ଥାନୀୟ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଅପରପକ୍ଷରେ ଏ ନେଇ ସଂଗଠନର ସମ୍ପାଦକ ଶ୍ରୀନିବାସ ଦଳ ବେହେରା କହିଛନ୍ତି ଗତ ଥର ଆସିଥିବା ସାର କୁ ପଞ୍ଚାୟତରେ ସଠିକ ଭାବରେ ଚାଷୀଙ୍କୁ ପ୍ରଦାନ କରାଯାଇନାହିଁ। ଦୁଇ ଗୋଟି ପଞ୍ଚାୟତରେ ହଜାର ହଜାର ହେକ୍ଟର ଚାଷଜମି ରହିଥିବା ବେଳେ ୮/୧୦ ଟ୍ରକ ସାର ଆବଶ୍ୟକ ପଡୁଛି । ଉପଜିଲ୍ଲାପାଳ ଏ ନେଇ ଆଗାମୀ ୨ ଦିନ ମଧ୍ୟରେ ସାର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ