ଗୁଣ୍ଠବନ୍ଧରେ ଏକାଧିକ ଘରୁ ଅଳଙ୍କାର ଲୁଟ୍ ଅଭିଯୋଗ

କୁକୁଡାଖଣ୍ଡି ,( ଯୁଗାବ୍ଦ ନ୍ୟୁଜ୍ ): ସଦର ଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମରେ ଗତକାଲି ରାତିରେ ଏକାଧିକ ଘରୁ ଦୁର୍ବୁତ୍ତମାନେ ସୁନା ଅଳଙ୍କାର ସମେତ ମୋବାଇଲ ଫୋନ ଲୁଟ କରିଥିବା ଅଭିଯୋଗ ହୋଇଛି ।ମିଳିଥିବା ସୁଚନା ଅନୁଯାୟୀ ନୂଆସାହିର ବିନୋଦ ପାତ୍ର , ସନ୍ତୋଷ କୁମାର ମାଝୀ , ସୁରେଶ କୁମାର ମହାନ୍ତିଙ୍କ ଘରୁ ଲୁଟ ହୋଇଛି ।ବିନୋଦ ପାତ୍ର ଙ୍କ ଘରୁ ଗୋଟିଏ ମୋବାଇଲ ଫୋନ ଚୋରି ହେବା ସହ ସୁନା ରୁପା ଅଳଙ୍କାର ସମେତ ନଗଦ ଟଙ୍କା ଚୋରି ହୋଇଥିବା ବେଳେ ସନ୍ତୋଷ କୁମାର ମାଝୀ ୨ ଟି ଓ ସୁରେଶ କୁମାର ମହାନ୍ତିଙ୍କ ଠାରୁ ତିନିଗୋଟି ମୋବାଇଲ ଚୋରି ହୋଇଥିବା ଜଣାପଡିଛି । ସଦରଥାନାରେ ବୁଧବାର ନୂତନ ଥାନାଧିକାରୀ ଭାବେ ଦାଇତ୍ୱ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ଏଭଳି ଘଟଣା ଘଟିଥିବାରୁ ପୋଲିସ ପାଇଁ ଚୋର ମାନେ ଖୋଲା ଚ୍ୟାଲେଞ୍ଜ ଦେଉଥିବା ଚର୍ଚ୍ଚା ଚାଲିଛି । ଖବର ପାଇ ଆଇଆଇସି ସନ୍ତୋଷିନୀ ଓରାମ, ଏସଆଇ ସୁରେଶ ସାହୁ ଙ୍କ ସହ ଘଟଣା ସ୍ଥଳରେ ସ୍କ୍ୱାଡ୍ ପହଞ୍ଚି ଘଟଣା କୁ ଗୁରୁତର ସହ ଗ୍ରହଣ କରିବା ସହ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ