ଗଡ଼ିଲା ବସ୍ ତଥାପି ଭୟ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ବହୁଦିନର ପ୍ରତୀକ୍ଷା ପରେ ବସ୍ ଗଡ଼ିଲା ତଥାପି ଥମିନି କରୋନାର ଭୟ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ପରିବହନ ନିଗମ ମଧ୍ୟ ତା’ର ସେବା ଆରମ୍ଭ କରିଛି।  ବ୍ରହ୍ମପୁର ସହରରୁ ବିଭିନ୍ନ ଜିଲ୍ଲାକୁ ବିଭିନ୍ନ ରୁଟ୍‌ରେ ଗାଡ଼ି ଚଳାଚଳ ହୋଇଥାଏ। ମୁଖ୍ୟତଃ ବ୍ରହ୍ମପୁର ଓଏସ୍‌ଆର୍‌ଟିସି ଡ଼ିଭିଜନରୁ ଆନ୍ଧ୍ର ରୁଟ୍ ଦେଇ ଅନେକ ବସ୍ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚାଲିବାର ଦୃଷ୍ଟାନ୍ତ ରହିଛି। ତେଣୁ ଆନ୍ଧ୍ର ରୁଟ୍ ଦେଇ ଯାଉଥିବା ବସ୍‌ଗୁଡ଼ିକ ବର୍ତ୍ତମାନ ସୁଦ୍ଧା ବନ୍ଦ ରହିଥିବାବେଳେ କେଭି ଲାଇନ୍ ଦେଇ ଗୋଟିଏ ବସ୍ ଯାହାକି ବ୍ରହ୍ମପୁର-ଉମରକୋଟ ଯାତ୍ରା କରୁଛି।
ଭଂଜନଗର-ସୁନାବେଡ଼ା, ଭଂଜନଗର-କଟକ ଏବଂ ବ୍ରହ୍ମପୁର-ବନ୍ଧଭାଲ ଭାୟା ଭଂଜନଗର ଦେଇ ଯାତାୟତ କରୁôଥବା ବ୍ରହ୍ମପୁର ଡ଼ିଟିଏମ୍‌ଙ୍କ ତରଫରୁ ସୂଚନା ମିଳିଛି। ଏହାସହ ଜେଇଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଓଏସ୍‌ଆର୍‌ଟିସି ପକ୍ଷରୁ ୧୦ଟି ବସ୍ ଯାତାୟତ କରୁଛି। ଯାହାକି ଡ଼ିଟିଏମ୍‌ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ କିଭଳି ସୁବିଧା ହେବ ସେଥିପ୍ରତି ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି। ବ୍ରହ୍ମପୁର ଡ଼ିଭିଜନରୁ ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାକୁ ଅନେକଗୁଡ଼ିଏ ବସ୍ ଯାତାୟତ ହେଉଥିବାବେଳେ ବର୍ତ୍ତମାନ କୋରାନାକୁ ଦୃଷ୍ଟିରେ ରଖି କିଛି ରୁଟ୍‌କୁ ବନ୍ଦ କରାଯାଇଛି ଏବଂ ଅଳ୍ପଦିନ ମଧ୍ୟରେ ସମସ୍ତ ବସ୍ ଯାତାୟତ କରିବା ବୋଲି ଓଏସ୍‌ଆର୍‌ଟିସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସରକାରୀ ବସ୍ ଚାଲିବାକୁ ନେଇ ବିଭିନ୍ନ ମହଲରୁ ଦାବି ହେଉଛି। କାରଣ ଦୀର୍ଘ ମାର୍ଚ୍ଚ ମାସଠାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ପରିବହନ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଯାହାଫଳରେ ଲୋକମାନଙ୍କର ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହେଉଥିଲା। ସେ ଯାହାବି ହେଉ ଅନେକ ଦିନ ପରେ ଯାତାୟତ ସ୍ୱାଭାବିକ ପରିସ୍ଥିତିକୁ ଫେରୁଥିବାରୁ ଲୋକମାନେ ଆଶ୍ୱସ୍ତି ହୋଇଛନ୍ତି। ଆସନ୍ତା ୪ ଦିନ ମଧ୍ୟରେ ସମସ୍ତ ବସ୍‌କୁ ଚାଲିବ ବୋଲି ଡ଼ିଟିଏମ୍ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ