ଚମାଖଣ୍ଡିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଓଡିଶା ନଟେବଲ ଆସୋସିଏସନ (କଟକ) ପକ୍ଷରୁ ଆଜି ଜାତୀୟ କ୍ରିଡା ଦିବସ ଅବସରରେ ଚମାଖଣ୍ଡି ସ୍ଥିତ ଛତ୍ରପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ପିନ୍ସପାଲ ଦାମ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସ୍ତରର ବିଭିନ୍ନ ବର୍ଗ କ୍ରିଡାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ , ମ୍ୟାନଜର ଓ କୋଚ ମାନଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ଆର୍ମି ଏଡ୍ ପ୍ଲବିକ୍ ସ୍କୁଲ (ଗୋପାଳପୁର), ଛତ୍ରପୁର ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ କଟକରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରାଜ୍ୟସ୍ତରୀୟ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲ।। ବେଷ୍ଟ ସ୍ପୋଟିଂ ସ୍କୁଲ ରେ ଆର୍ମି ଏଡ ପ୍ଲବିକ୍ ସ୍କୁଲ, ମ୍ୟାନଜର (ନେଟ୍ ବଲ) ଅଶୋକ କୁମାର ରଥ, ଆତିଆପାତିଆ ମ୍ୟାନଜର ରାମନାଥ ପାଣିଗ୍ରାହୀ , କର୍କ ବଲ୍ କୋଚ ପ୍ରମୋଦ କୁମାର ନାୟକ, ମ୍ୟାନଜର ଆର. ପୁର୍ଣ୍ଣତାବତୀ ଏବଂ ୧୪ଜଣ ଛାତ୍ରଛାତ୍ରୀଙ୍କୁ ଉପଢୈକନ ସହ ସାଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥୀ ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ଆର୍ମି ଏଡ କଲେଜର ଜି.ମାନିଗନ୍ଧମ, ଓଡିଶା ନଟେବଲ ଆସୋସିଏସନ (କଟକ) ଯୁଗ୍ମ ସଚିବ ଜି. ସୁବାଷ କୁମାର ସ୍ୱାମୀ ପ୍ରମୁଖ ଯୋଗଦେଇ କ୍ରିଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ।