ଜାମୁକୋଳି ବଗିଚାରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟସ୍ଥ ଜାମୁକୋଳି ବଗିଚାରେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି | ପାଟପୁର ପୋଲିସ ରାମଚନ୍ଦ୍ରପୁର ଅମିନ ବିଷୋୟୀ ଙ୍କ ପୁଅ ରାହୁଲ ବିଷୋୟୀ ବୋଲି ଜଣା ପଡିଛି | ଏନେଇ ମୃତ ରାହୁଲଙ୍କ ମାମୁ ନରସିଂହ ଦାସ ପାଟପୁର ଥାନାରେ ଏତଲା ଦେଇଛନ୍ତି | ଏତଲାକୁ ଭିତ୍ତି କରି ତଦନ୍ତ ଚଳାଇବା ସହ ଅପମୃତ ମାମଲା କେସ ନ ୧୯/୨୦ ରୁଜୁ କରିଛି | ଘଟଣାରୁ ଜଣା ପଡୁଛି ରାହୁଲ ଶନିବାର ଦିନ ବ୍ୟାଙ୍କ ରୁ ଟଙ୍କା ଉଠାଇ ଘରେ ବାପାଙ୍କୁ ଦେଇ ପଥରପୁଞ୍ଜି ଗ୍ରାମ ମାମୁ ଘରକୁ ଯିବାପାଇଁ ସାଇକେଲରେ ବାହାରିଥିଲେ | ରାତ୍ର ଯାଏ ମାମୁ ଘରେ ନ ପହଞ୍ଚିବାରୁ ଘର ଲୋକେ ଖୋଜା ଖୋଜି କରିଥିଲେ | କୌଣସି ସୂତ୍ରରୁ ଖବର ପାଇ ଗ୍ରାମ ନିକଟସ୍ଥ କେନାଲ ପାଖ ଜାମୁକୋଳି ବଗିଚାରେ ପୁଅ ର ମୁତ ଦେହ ଗଛରେ ଝୁଲୁଥିବାର ଦେଖିଥିଲେ | ଏନେଇ ମୁତ ରାହୁଲଙ୍କ ବାପା ଅମିନ ବିଷୋୟୀ ପାଟପୁର ପୋଲିସ କୁ ଖବର ଦେଇଥିଲେ | ପାଟପୁର ପୋଲିସ ଖବର ପାଇ ଥାନା ଅଧିକାରୀ ଅଜୟ କୁମାର ବାରିକ ସାଇଣ୍ଟିଫିକ ଟିମ ସଂଦେହୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ସବା ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ ରେ ବ୍ୟବଛେଦ ପାଇ ପଠାଇଥିବା ଜଣାପଡିଛି | ପୁଅର ମୃତ୍ୟୁ କୁ ନେଇ ଅମିନ ବିଷୋୟୀ ଅଭିଯୋଗ କରିଛନ୍ତି | ମୋର ପୁଅକୁ କେହି ମାରି ଗଛରେ ଝୁଲାଇ ଦେଇଛନ୍ତି | ଏନେଇ ପାଟପୁର ଥାନା ଅଧିକାରୀ କହିଛନ୍ତି ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ ଜଣାପଡିବ |


