ଗଂଜାମ ବିଜେପି ଦ୍ୱାରା ଇ-ବୁକ୍ ଉନ୍ମୋଚିତ
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍):ଆଜି କରୋନା ମହାମାରୀ ସମୟରେ ବିଜେପି ଗଂଜାମ ଜିଲ୍ଲା ଦ୍ୱାରା ହୋଇଥିବା ସେବା କାର୍ଯ୍ୟର ସଂକଳିତ ଇ ବୁକ ରାଷ୍ଟ୍ରିୟ ଉପଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ସଂଚାଳିତ ଭିଡିଓ କନଫ୍ରେନସିଂ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ସଭାପତିତ୍ୱ କରଥିଲେ ଓ ରାଜ୍ୟ ସାଧାରଣ ସଂପାଦିକା ଲେକାଶ୍ରୀ ସାମନ୍ତସିଂହାର ଇ-ବୁକ୍ର ଉପାଦେୟତା ଉପରେ ମାର୍ଗଦର୍ଶନ କରିଥିଲୋ ମାନନୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଡ୍ ଦା ନିଡି ନିର୍ଦ୍ଦେଶକୁ ପାଳନ ପୂର୍ବକ କାର୍ଯ୍ୟକର୍ତା ମାନେ ଅସହାୟଙ୍କୁ ନିରନ୍ତର ଖାଦ୍ୟ ବଂଟନ ସହ ଅର୍ଥିକ ବଦାନ୍ୟତା ପାଇଁ ଉଦ୍ଧିଷ୍ଟ ପିଏମ କେୟାର ଫଣ୍ଡକୁ ସହାୟତା ପ୍ରଦାନ କରିବା, ସାଧାରଣ ଜନତାଙ୍କୁ ମହାମାରୀରୁ ସୁରକ୍ଷା ଦେବା ନିମନ୍ତେ ଆରୋଗ୍ୟ ସେତୁରେ ଯୋଡିବା, ଜିଲ୍ଲା ମହିଳା ମୋର୍ଚ୍ଚା ଦ୍ୱାରା ମାସ୍କ ବଂଟନ,ରାଜ୍ୟରେ ତଥା ରାଜ୍ୟ ବାହାରେ ଲକ ଡାଉନରେ ଫସିଥିବା ପ୍ରବାସୀ ଶ୍ରମିକ ମାନଙ୍କ ଖାଇବା ଓ ପରିବହନ ବ୍ୟବସ୍ଥା, କୋଭିଡ୍ ସଂକ୍ରମଣର ମୁକାବିଲା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା, ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋମିଓପାଥି ଔଷଧ ଘରେ ଘରେ ପହଁଚାଇବା, ଆଶା କର୍ମି , ଅଙ୍ଗନୱାଡି କର୍ମି, ଉଜ୍ଜଳା କର୍ମି, ସଫେଇ କର୍ମଚାରୀ ଭଳି କରୋନା ଯୋଦ୍ଧା ମାନଙ୍କୁ ସମ୍ମାନୀତ କରିବା, ସହାୟ ଆପ ମାଧ୍ୟମରେ ଲୋକ ମାନଙ୍କୁ ଏମ୍ବୁଲାନ୍ସ ସେବା ଯୋଗାଇବା, ଔଷଧ ବିତରଣ କରିବା, ଅନ ଲାଇନ ଡାକ୍ତରୀ ସେବା ଯୋଗାଇବା ସହ ମହାପ୍ରୟାଣ ଗାଡିର ବ୍ୟବସ୍ଥା ଏବଂ ଶବଦାହରେ ସହଯୋଗ ପ୍ରଦାନ କରିବା ଏହି ଭଳି ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମରେ ବି.ଜେ.ପି କାର୍ଯ୍ୟକର୍ତା ଙ୍କ ଅଂଶଗ୍ରହଣ କୁ ଡିଜିଟାଲ୍ ମାଧ୍ୟମରେ ସଂକଳିତ କରି ଏହି ଇ.ବୁକ୍ ପ୍ରକାଶିତ କରାଯାଇଛି । ଏ ଅବସରରେ ରାଜ୍ୟ ଉପ-ସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ମନୋରଂଜନ ଦ୍ୟାନ ସାମନ୍ତରା , ପ୍ରଶାନ୍ତ କର, ମହନ୍ତ ଚିନ୍ମୟାନନ୍ଦ ପ୍ରମୁଖ ଯୋଗ ଦେଇଥିବା ବେଳେ ପୂର୍ବତନ ଜିଳ୍ଲା ସଭାପତି କାହ୍ନୁ ଚରଣ ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସିଦ୍ଧାନ୍ତ ଗଙ୍ଗଦେବ ସଂଚାଳିତ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶିବ ପ୍ରସାଦ ପାତ୍ର, ମଦନ ମୋହନ ପାତ୍ର, ଏନ୍.ରାଜେନ୍ଦ୍ର କୁମାର, ଭାବଗ୍ରାହୀ ପାଳ, କିରଣ କୁମାର ସାହୁ ,ପ୍ରଭାତ କିରଣ ଷଡଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଡି ହୋଇଥିଲୋ


