ଭଗବତ କଥା ବିତରଣ ପରିଷଦ ପକ୍ଷରୁ ଚାରା ବଂଟନ

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ସ୍ଥିତ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାପ୍ତାହିକ ଚାରା ବଂଟନ ଓ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ ପରିଷଦର ସମୀକ୍ଷକ ଡ଼ଃ. ରମଶେ ଚନ୍ଦ୍ର ଚୌଧୁରୀ ଶୁଭାରମ୍ଭ କରିଥିଲେ । ପୌରାଂଚଳର ବିଭିନ୍ନ ୱାର୍ଡ଼ର ଜନ ସାଧାରଣଙ୍କୁ ବିଭିନ୍ନ କିସମର ଚାରା ବଂଟନ କରାଯିବା ସହ ସହରର ବିଭିନ୍ନ ଅନାବାଦି ସ୍ଥାନରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ପରିଷଦର ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ସମ୍ପାଦକ ତରୁଣ କୁମାର ପଣ୍ଡା, ଉପଦେଷ୍ଟା ଇଂ. ନାରାୟଣ ପାଢି, ପ୍ରାଧ୍ୟାପକ ଅରବିନ୍ଦ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ଜାନୁୟାରୀ ମାସରେ ବିଦ୍ୟାଳୟ ଗୁଡ଼ିକ ଯଦି ଖୋଲାଯାଏ ତେବେ ସେହି ସମୟରେ ଶିକ୍ଷାର୍ଥୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପରିଷଦର ସଭାପତି ଶ୍ରୀ ମହାପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ